ରଘୁନାଥପୁର ୩୦/୦୪/୨୦୨୧(ଓଡ଼ିଶା ସମାଚାର)-ପଦ୍ମଶ୍ରୀ ମନୋଜ ଦାସ ଓଡିଆ ସାହିତ୍ୟର ମଉଡମଣି ଥିଲେ ବୋଲି ଆଜି ଜାତୀୟଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଅନୁଷ୍ଠିତ ଶୋକ ସଭାରେ ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ ଯୋଗଦେଇ ଏହା କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ପୌରୋହିତ୍ୟ କରି ପଦ୍ମଶ୍ରୀ ମନୋଜ ଦାସଙ୍କ ବିୟୋଗରେ ଓଡିଆ ସାହିତ୍ୟର ସୂର୍ଯ୍ୟ ଆଜି ଅସ୍ତମିତ ହୋଇଯାଇ ଛନ୍ତି ବୋଲି କହିଥିଲେ । ଏଥିରେ ଏସ୍.ଏ.ଏନ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ପଦ୍ମଶ୍ରୀ ମନୋଜ ଦାସ ଓଡିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପହଁଚାଇ ପାରିଥିଲେ ବୋଲି କହିଥିଲେ । ଏଥିରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ, ପ୍ରାଧ୍ୟାପକ ଦେବେନ୍ଦ୍ର ବାରିକ, ସଂପାଦକ ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତୀ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷାବିତ୍ ଶଦାଶିବ ବିଶ୍ୱାଳ, ବରିଷ୍ଠ ଆଇନଜୀବି ଏମ.ଏନ୍. ହର୍ଷବର୍ଦ୍ଧନ, ଶିକ୍ଷାବିତ୍ ଜଦୁନାଥ ଜେନା, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ମାଧ୍ୟମିକ ଶିକ୍ଷାପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରୀ ରବିନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ଅଶୋକ କୁମାର ଦାସ (ଜୁବୁଦା), ରାଜ୍ୟ ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା, ଜିଲ୍ଲା ଶିକ୍ଷକ ନେତା ନିର୍ମଳେନ୍ଦୁ ଶୋମ, ଶିକ୍ଷକନେତା ଦେବାଶିଷ ବେହେରା, ସମାଜ ସେବୀ ବିଜନ ମାହାପାତ୍ର ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ମନୋଜ ଦାସଙ୍କର ସାହିତ୍ୟ ସାଧନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର