Saturday , April 1 2023
Breaking News
Home / ବିଶେଷ / ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ: ମାହାଙ୍ଗା ଥାନାରେ ଏତଲା ଦେଲେ ପୀଡିତାର ବଡ ଭଉଣୀ

ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ: ମାହାଙ୍ଗା ଥାନାରେ ଏତଲା ଦେଲେ ପୀଡିତାର ବଡ ଭଉଣୀ

ମାହାଙ୍ଗା, ୩୦/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗାରେ ପୁଣି ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ବେଳେ ୫ ଜଣ ଅସାମାଜିକ ବ୍ୟକ୍ତି ଯାହାଙ୍କ ବୟସ ପାଖାପାଖି ୪୦ ବର୍ଷରୁ ଉର୍ଦ୍ଧ୍ବ। ନାବାଳିକାର ବାପ ତୁଲ୍ୟ । ଏନେଇ ନାବାଳିକାର ବଡ଼ ଭଉଣୀ ରଶ୍ମିତା ଦାସ ଗତ ୨୫/୦୪/୨୧ ତାରିଖ ଦିନ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ୍ ର ତଦନ୍ତ ରେ ଶିଥିଳତାନେଇ ଚର୍ଚ୍ଚାହେଉଛି । ଯାହାକୁ ନେଇ ନାବାଳିକାର ବଡ଼ ଭଉଣୀ ଓ ନାବାଳିକା ନ୍ୟାୟ ପାଇବା ପାଇଁ ମାହାଙ୍ଗା ଥାନା ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଏ ଭଳି ଲଜ୍ୟାଜନକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ । ପୁରୁଷୋତ୍ତମ ପୁର ଗ୍ରାମର ସ୍ବର୍ଗତ ଜୟ ଚନ୍ଦ୍ର ଦାସ ଗତ ଦେଢ଼ ବର୍ଷ ହେବ ମୃତ୍ୟୁ ବରଣ କରିଥିଲେ । ୩୮ ବର୍ଷୀୟ ବିଧବା ପତ୍ନୀ ବବିତା ଦାସ ଓ ତାଙ୍କର ୪ ଝିଅ ଓ ଗୋଟିଏ ପୁଅ କୁ ନେଇ ପରିବାର ଚଳୁଥିଲା । ତେବେ ବଡ଼ ଭଉଣୀ ବାହାଘର ପରେ ତାଙ୍କ ଘରକୁ ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁର ଥାନା ଅଞ୍ଚଳର ଭରତପୁର ଗ୍ରାମର ୪୭ ବର୍ଷୀୟ ଗଣେଶ୍ୱର ଦଳାଇ ବାରମ୍ବାର ବବିତା ଦାସଙ୍କ ଘରକୁ ଆସନ୍ତି । ହେଲେ ଘରେ କେହି ନଥିବା ବେଳେ ବବିତାଙ୍କ ଅଷ୍ଟମ ଶ୍ରେଣୀ ରେ ପଢୁଥିବା ନାବାଳିକା ଝିଅ କୁ ଦେଢ଼ ମାସ ହେବ ଗଣେଶ୍ୱର ଦଳେଇ ୪ ରୁ ୫ ଥର ଜୋର୍ ଜବରଦସ୍ତ ବଳାତ୍କାର କରିଛି ବୋଲି ପୀଡିତା ଜଣକ ଭଉଣୀକୁ କହିଥିଲା । ଏପରିକି ଯଦି କାହାରିକୁ କହିବୁ ତତେ ମାରିଦେବି ବୋଲି ଧମକ ଦେଇଥିଲା । କେବଳ ସେହି ବ୍ୟକ୍ତି ନୁହେଁ ବରଂ ଆଉ ଜଣେ ବ୍ୟକ୍ତି ନାବାଳିକାକୁ ଜୋର ଜବରଦସ୍ତି ଗଣ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି । ଏପଟେ ନାବାଳିକା ର ବଡ଼ ଭଉଣୀ ରଶ୍ମିତା ତାଙ୍କ ଭଉଣୀ ଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ ଚଳିତ ମାସ ୨୫ ତାରିଖରେ ହେଲେ ପୋଲିସ୍ କିଛି ତଦନ୍ତ କରି ନଥିବା ଏତଲା କରୀ କହିଛନ୍ତି । ଏପରିକି ଯଦି ତୁରନ୍ତ ନାବାଳିକା କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯାଏ ତେବେ ଆଗାମୀ ଦିନରେ ମାହାଙ୍ଗା ଥାନା ସମ୍ମୁଖରେ କିରୋସିନି ଢାଳି ପୀଡ଼ିତା ଓ ତାଙ୍କ ଭଉଣୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ୟା ରେ ପୋଲିସ ପ୍ରେସ ମିଟ କରି ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କୁ ଅଟକ ରଖି ପଚରା ଉଚୁରା କରି ଵା ସହ ତଦନ୍ତ କୁ ଜୋରଦାର କରିଥିବା କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.