Tuesday , March 28 2023
Home / ବିଶେଷ / ତହସିଲଦାରଙ୍କୁ ଅବସର ସମ୍ବର୍ଦ୍ଧନା

ତହସିଲଦାରଙ୍କୁ ଅବସର ସମ୍ବର୍ଦ୍ଧନା

ଗରଦପୁର, ୩୦/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ତହସିଲ କାର୍ଯ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗରଦପୁର ତହସିଲ ର ତହସିଲଦାର ଧରଣୀଧର ବେହେରାଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟାଳୟର ସଭା ଗୃହରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ତହସିଲ ର ବଡ଼ବାବୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପକ ରମାକାନ୍ତ ପାଣି ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ତହସିଲ ର କର୍ମଚାରୀଙ୍କ ପକ୍ଷରୁ ବିଦାୟି ଅବସରଗ୍ରହଣ କରୁଥିବା ତହସିଲଦାର ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତାଙ୍କ ସ୍ଥାନରେ ଅଶୋକ ବେହେରା ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.