Thursday , March 23 2023
Home / ସ୍ୱାସ୍ଥ୍ୟ / କୋଭିଡ ସମୟରେ କାର୍ଯ୍ୟ କରିଥିବା ଏ.ଏନ୍.ଏମ୍  ଙ୍କ ବକେୟା ଦରମା ପାଇଁ ଦାବି

କୋଭିଡ ସମୟରେ କାର୍ଯ୍ୟ କରିଥିବା ଏ.ଏନ୍.ଏମ୍  ଙ୍କ ବକେୟା ଦରମା ପାଇଁ ଦାବି

କେନ୍ଦ୍ରାପଡ଼ା, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାର ବିଭିନ୍ନ କୋଭିଡ କେନ୍ଦ୍ରରେ ୨୪୯ଜଣ  ଏଏନଏମ ୫ ମାସ ଧରି କାର୍ଯ୍ୟ କରିଥିଲେ । ସେମାନେ ୩ମାସର ଦରମା ପାଇଥିବାବେଳେ ଅବଶିଷ୍ଟ ଦୁଇ ମାସର ଦରମା ଏପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ କରିଛନ୍ତି  । ଏଥିପାଇଁ ସେମାନେ ବାରମ୍ବାର ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରିଥିବା  ସତ୍ୱେ ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ  । ତେଣୁ ସେମାନଙ୍କ ବକେୟା ଦୁଇ ମାସର ଦରମା ତୁରନ୍ତ ପ୍ରଦାନ କରାଯିବା ସହିତ ସେମାନଙ୍କୁ ବିଭିନ୍ନ କୋଭିଡ କେନ୍ଦ୍ରରେ ନିଯୁକ୍ତି ଦେବାପାଇଁ ସେମାନେ ଦାବି କରି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.