ଭୁବନ,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ଆଜି ଗୁରୁବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗୋଶାଳା ଉଦଘାଟିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ଉପ-ସଭାପତି ପଣ୍ଡିତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର,ହିନ୍ଦୁ ଜାଗରଣ ପ୍ରାନ୍ତ ସଙ୍ଗଠକ ତନ୍ମୟ ଦାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା ମନ୍ଦିର ପରିଚାଳନା କମିଟି ସଭାପତି ଶଶୀ ଭୂଷଣ ପୃଷ୍ଟିଙ୍କ ସମେତ ସମ୍ପାଦକ କୁଂଜ ବିହାରୀ ଚିନରା,ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାସ,ଧନେଶ୍ୱର ସାହୁ,ନିରଂଜନ ଗୁରୁ,ବାସୁଦେବ ଗୁରୁ,ଖଗେଶ୍ୱର ନାୟକ,ଗଣେଶ୍ୱର ନାୟକ,ଅମ୍ବୁଜ ସାହୁ,ମନମୋହନ ନାୟକ,ଶୁଭେନ୍ଦୁ ସାହୁ,ପଣ୍ଡିତ ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର