ନିରାକାରପୁର,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯେଉଁ ବ୍ୟକ୍ତି ମାସ୍କ ପିନ୍ଧି ନଥିବ ସେମାନଙ୍କ ଠାରୁ ପୋଲିସ ମଧ୍ୟ ଜୋରିମାନା ମଧ୍ୟ ଆଦାୟ କରୁଛି । କିନ୍ତୁ ବାସ୍ତବରେ ଫଳ ଘର ଶୂନ । ଲୋକେ ଏବେ ଏତେ ବିପଦ ମଧ୍ୟରେ ଗତି କରି ଯାଉଥିଲେ ବି ମାସ୍କ ଓ ସାନିଟାଇଜର କେବଳ ଫାଇନ ଭୟରେ ବ୍ୟବହାର କରୁଥିବା ଭଳି ମନେ ହେଉଛି । ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହୋଇ ଜୀବନ ହାରିବାକୁ ପଡ଼ୁଛି । କିଛି ଲୋକ ନିଶ୍ୱାସ ରୁଦ୍ଧି ହୋଇଯାଉଥିବା ଦର୍ଶାଇ ମାସ୍କ ଜମାରୁ ପିନ୍ଧୁ ନଥିବାବେଳେ କିଛି ଲୋକ ଭୟରେ କେବଳ ନାକ ଓ ପାଟି ତଳକୁ ଝୁଲାଇ ରଖୁଛନ୍ତି । ଚଢଉ ସମୟରେ ଏହାକୁ ଉପରକୁ ଟେକି ଦେଉଛନ୍ତି । ସେମାନେ ନିଜକୁ ଚାଲାକ ବୋଲି ଭାବୁଥିବାବେଳେ କରୋନାକୁ ପ୍ରତ୍ୟକ୍ଷରେ ଆମନ୍ତ୍ରଣ କରୁଛନ୍ତି ବୋଲି ଭାବି ପାରୁନାହାଁନ୍ତି । ଫଳରେ ଯେଉଁ ପର୍ଟ୍ୟନ୍ତ ଲୋକେ ସଚେତନ ନ ହେବେ ଏହି କରୋନା ସଂକ୍ରମଣ ବଢୁଥିବ ଓ ଲୋକେ ଏଥିରେ ଅକାଳରେ ମୃତ୍ୟୁବରଣ କରୁଥିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।ଓଡ଼ିଶା ସମାଚାର