କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-ଆସନ୍ତା ମଇଁମାସ ୩ତାରିଖ ଠାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡା ସହରର ଦୋକାନ ଗୁଡିକ ପ୍ରତ୍ୟେହ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବଜାର କମିଟି ଓ ପ୍ରଶାସନର ମିଳିତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତିି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ଗୁରୁବାର ଟାଉନହଲ ପରିସରରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପୌରହିତ୍ୟରେ କେନ୍ଦ୍ରାପଡା ସହର ବଜାର କମିଟିର କର୍ମକର୍ତାମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ସପ୍ତାହନ୍ତ ୨ଦିନ ସଟଡାଉନ ବ୍ୟତିତ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସହରର ଦୋକାନ ବଜାର ଖୋଲା ରହିବ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଇଛାପୁର, ତିନିମୁହାଣି, ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ପ୍ରଭୃତି ବଜାର କମିଟିର କର୍ମକର୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର