Tuesday , March 21 2023
Breaking News
Home / ବିଶେଷ / ବଡ଼ପୋଖରୀଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଭାଈ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ବଡ଼ପୋଖରୀଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଭାଈ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ନିରାକାରପୁର, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ କମାଗୁରୁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଭାଈ ଭଉଣୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ କଁଚୁଡ଼ୁ ଗ୍ରାମର ଜୟ ପାଢୀଙ୍କ ପୁତ୍ର ରବୀନ୍ଦ୍ର ପାଢୀ ଓ ଭାଣିଜି ସାଗରୀକା ପାଢୀ ଏକ ସ୍କୁଟି ନଂ ( ଓଡ଼ି୩୨ ଇ ୮୮୭୧) ରେ ଭୁବନେଶ୍ୱର ରୁ ଗ୍ରାମକୁ ଫେରୁଥିବାବେଳେ ଜଙ୍କିଆ ଥାନା ବଡ଼ପୋଖରୀଆ ଛକ ନିକଟରେ ଏକ ଡ଼ାଇଭରସନରେ କଟି ବାମପଟୁ ଡ଼ାହାଣ ପଟକୁ ଆସୁଥିବାବେଳେ ବିପରୀତ ଦିଗରୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ସମ୍ମୁଖରୁ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ସ୍କୁଟିରୁ ଛିଟିକି ପଡ଼ି ସାଗରୀକାର ମୃତ୍ୟୁ ଘଟିଥିଲା । ଭାଈ ରବୀନ୍ଦ୍ର ମୁଣ୍ଡରେ ଗୁରୁତର ଆଘାତ ଲାଗି ରାସ୍ତାରେ ପଡ଼ିଥିଲା । ଖବର ପାଇ ରାଜପଥ ପାଟ୍ରୋଲିଙ୍ଗ ଓ ଜଙ୍କିଆ ପୋଲିସ ପହଂଚି ରବୀନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା ପଠାଇବା ସହ ଭଉଣୀ ସାଗରୀକା ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ । କିନ୍ତୁ ଚିକିତ୍ସା ପାଇଁ ଯାଉଥିବା ଭାଈର ବାଟରେ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି । ଉକ୍ତ ମୃତ ସଂପର୍କୀୟ ଭଉଣୀ ସାଗରୀକାଙ୍କ କଲେଜ ପରିଚୟ ପତ୍ରରୁ ଜଣାପଡ଼ିଛି କି ସେ ଯୁକ୍ତ ଦୁଇ ଗଞ୍ଜାମ କୁକୁଡ଼ାଖଣ୍ଡି କଲେଜର କଳା ଛାତ୍ରୀ ଅଟନ୍ତି । ପୋଲିସ ଶବ ଦ୍ୱୟକୁ ବ୍ୟବଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.