ଗରଦପୁର, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ଗ୍ରାମର ବର୍ଷିଆନ୍ କଳାକାର ତଥା ମାହାଳ ବଜାରର ବିଶିଷ୍ଟ ବ୍ୟବସାୟୀ କୈଳାଶ ଚନ୍ଦ୍ର ମହାରଣା(୬୨) ଆଜି ପରଲୋକ ଘଟିଛି । ସେ ଛାତ୍ର ଜୀବନରୁ କଳା ପ୍ରତି ଆକର୍ଷିତ ଥିଲେ । ଚଁପୁର ଯାତ୍ରା କମିଟର ସଦସ୍ୟ ଥିଲେ । ବିଶେଷକରି ନାଣ୍ଡିବଟ ଡ଼୍ରାମାଟିକ କ୍ଲବ ରେ ସଦସ୍ୟ ଭାବେ ରହି ତାଙ୍କ ଦ୍ୱାରା ପରିବେଷଣ ନାଟକ ଗାନ୍ଧି ବାଦ ଆଜି କବର ତଳେ , ବିଷାକ୍ତ ଛୁରା , ଶକୁନୀର ପସା ଖେଳ, ପର୍ଶୁରାମଙ୍କ ମାତୃ ହତ୍ୟା ଭଳି ନାଟକରେ ନିଖୁଣ ଅଭିନୟ କରି ବେଶ ପ୍ରସଂଶା ସାଉଁଟିଥିଲେ । ତାଙ୍କ ପରଲୋକ କବର ପାଇ ଯାତ୍ରା କମିଟିର ସଭାପତି ନିତ୍ୟାନନ୍ଦ ସାମଲ , ସୁଶିଲ କୁମାର ମଲ, ପରମାନନ୍ଦ ସାମଲ,ପ୍ରଶାନ୍ତ ସାମଲ,ଡ଼୍ରାମାଟିକ କ୍ଲବ ସଦସ୍ୟ ପ୍ରକାଶ ବେହେରା,ସୁବାସ ସାମଲ,ମନୋଜ ସମାଲ , ସମିତି ସଭ୍ୟ ଜ୍ୟୋତିରଂଜନ ନାୟକ, ଅମିୟ କୁମାର ଜେନା,ଡ଼ ପ୍ରାମୋଦ କୁମାର ଲେଙ୍କା, ବାପି ଲେଙ୍କା, ପ୍ରଦୀପ ମହାରଣା ପ୍ରମୁଖ ଶୋକ ବ୍ୟକ୍ତ କରିଥିଲେ । ମାହାଳ ଜଗନ୍ନାଥ ବଣିକ ସଂଘ ପକ୍ଷରୁ ବଜାର ବନ୍ଦ କରାଯାଇଥିଲା । ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ସୌମ୍ୟକାନ୍ତ ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର