ଗରଦପୁର, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡ଼ ୧୯ ଦ୍ୱିତୀୟ ଲହର ବିଶ୍ୱମହାମାରୀ ରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପାଟକୁରା ପ୍ରଗତି ମଂଚ ପକ୍ଷରୁ ଗରଦପୁର ବ୍ଲକ୍ ବଂଗାଳପୁର ପଂଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ଦଳିତ ଗରିବ ୧୦୦ ଗୋଟି ପରିବାରକୁ ମାଗଣାରେ ମାସ୍କ ବଂଟନ କରାଯାଇଛି । ଏହି ଅବସରରେ ଲୋକମାନଙ୍କୁ ମାହାମାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଛି । ଏଥିରେ ମଂଚର ସଭାପତି ତଥା ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା , ଅରୁଣ ନାୟକ , ସଂଗ୍ରାମ ନାୟକ, ଅଚ୍ୟୁତାନନ୍ଦ ମଲ, ଯୁଧିଷ୍ଠିର ସ୍ୱାଇଁ, ମନୋଜ ସମାଲ, ଅଶୋକ ଜେନା ପ୍ରମୁ୍ଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର