Thursday , March 23 2023
Home / ତାଜା ଖବର / ପୂର୍ବ ଶତ୍ରୁ ତାକୁ କେନ୍ଦ୍ର କରି ନିର୍ମମ ହତ୍ୟା କାଣ୍ଡ

ପୂର୍ବ ଶତ୍ରୁ ତାକୁ କେନ୍ଦ୍ର କରି ନିର୍ମମ ହତ୍ୟା କାଣ୍ଡ

କନ୍ଧମାଳ, ୨୯/୦୪/୨୦୨୧(ଓଡ଼ିଶା ସମାଚାର/କିଶୋର ଚନ୍ଦ୍ର ସାହୁ)- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲ୍ଲା ପଞ୍ଚାୟତ ଅନ୍ତର୍ଗତ ତିଙ୍ଗଡି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟି ଥିବା ଖବର ମିଳିଛି ।ଗତକାଲି ରାତ୍ର ୮ ଘଣ୍ଟା ସମୟ ରେ ଭକଟପାଟ ମାଝୀ ନିଜ ଘର ଅଗଣାରେ ଶୋଇଥିବା ସମୟ ରେ ତିଙ୍ଗଡି ଗ୍ରାମର ବାମୁରା ମାଝୀ ନାମକ ବ୍ୟକ୍ତି ଜଣକ ଏକ ଧାରୁଆ ଅସ୍ତ୍ର ସହାଯ୍ୟରେ ଭକତ ପାଟ ମାଝୀ ଙ୍କୁ ତାହାଙ୍କ ପୁଅ ସାମ୍ନାରେ ଗଳାକାଟି ହତ୍ୟା କରିଅଛି । ହତ୍ୟା କାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ଘଟି ଥିବା କୁହାଯାଉଛି । ହତ୍ୟା ଘଟଣା ର ସୂଚନା ପାଇ ତୁମୁଡ଼ିବନ୍ଧ ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିବା ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାଯାଇଛି । ହତ୍ୟାକାଣ୍ଡ ଭିଆଇଲା ପରେ ଆସାମୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ତୁମୁଡ଼ିବନ୍ଧ ଥାନା ପୋଲିସ ଥାନା କେଶ ନମ୍ୱର୍ ୧୦୨/୨୧ ପ୍ରକାରେ ଏକ ମକଦ୍ଧମା ରୁଜୁକରି ତଦନ୍ତ ଜାରୀ ରଖି ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.