Friday , June 9 2023
Home / ବିଶେଷ / ପିକୋଳ ପଞ୍ଚାୟତ ଢଳେଇ ରାସ୍ତା କାର୍ୟ୍ୟରେ ବ୍ୟାପକ ଠକେଇ :ଆଖିବୁଜିଛି ପ୍ରଶାସନ

ପିକୋଳ ପଞ୍ଚାୟତ ଢଳେଇ ରାସ୍ତା କାର୍ୟ୍ୟରେ ବ୍ୟାପକ ଠକେଇ :ଆଖିବୁଜିଛି ପ୍ରଶାସନ

ସାଲେପୁର,୨୯/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ରେ ଚାଲିଥିବା ବିଭିନ୍ନ ଉନୟନ କାର୍ୟ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ, ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହେଉଛି. । ସେହିପରି ଏକ ନିର୍ମାଣ କାର୍ୟ୍ୟ ନିମ୍ନମାନର ହେଉଛିବୋଲି ଗଣମାଧ୍ୟ୍ୟମ ରେ ପ୍ରସାରିତ ହୋଇଥିଲେ ହେଁ ତାହା ପ୍ରଶାସନ, ନଜରକୁ ଆସିପାରି ନଥିବା ବେଳେ ଏବେ ପିକୋଳ ଢ଼ଳେଇ ରାସ୍ତା ଏକଲକ୍ଷ ଷାଠିଏ ହଜାର ଟଙ୍କା ଆସିଥିଲେ ହେଁ କାମ ନିମ୍ନମାନର ହୋଇଛି । କାମ ପାଖରେ କୌଣସି ସରକାରୀ କର୍ମଚାରୀ କିମ୍ବା ଯନ୍ତ୍ରୀ ରହୁନଥିବା ରୁ ଏଠି ନିମ୍ନମାନ କାମକୁ ପ୍ରୋତ୍ସାହନ ମିଳୁଛି. । ଏ ସମ୍ପର୍କ ରେ ଜେଇ ଏବଂ ବିଡ଼ିଓ ଙ୍କୁ ଫୋନ ରେ ଯୋଗାଯୋଗ କରାଯାଇ ଥିଲେ ହେଁ ତାହା ସମ୍ଭବ ହୋଇ ନଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.