ନିରାକାରପୁର,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ତରଫରୁ ନିରାକାରପୁର ଥାନା ସମ୍ମୁଖ ତଥା ନୂଆ ଜଗନ୍ନାଥ ସଡ଼କରେ ମାସ୍କ ଓ ହେଲମେଟ ଚେକିଙ୍ଗ ଜୋରଦାର କରାଯାଇଥିଲା । ହେଲମେଟ ବାବଦକୁ୧୧ ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୨୪ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହି ସମୟରେ ୬ଜଣଙ୍କର ଡ଼୍ରାଇଭିଙ୍ଗ ଲାଇସେନ୍ସ ରଦ୍ଧ କରାଯାଇଥିବା ସୂଚନା ମିଳିଛି । ଏହି ଧରପଗଡ଼ରେ ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଂଟିିଆ, ଏସଆଇ ବିଚିତ୍ରାନନ୍ଦ ପରିଡ଼ା ଓ ଏଏସଆଇ ରୋହିତ କୁମାର ସେଠ,ଏଏସଆଇ ଶରତ ଚନ୍ଦ୍ର ପାଇକରାୟ ଯୋଗଦେଇଥିଲେ । ଏହି ଧରପଗଡ଼ ପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର