କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରସ୍ତାବିତ ଶତ ବାର୍ଷିକୀ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ବରିଷ୍ଠ ଶିକ୍ଷାବୀତ ତଥା ପରିବେଶବିତ କାଶିନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ମହୋତ୍ସବ କୋଭିଡ କଟକଣା ଯୋଗୁଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମହାକାଳପଡା ବିକାଶ ମଂଚର ପୃଷ୍ଠପୋଷକତାରେ ପରବର୍ତୀ ସମୟରେ ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାଇ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବ । ସେହି ସ୍ମରଣିକା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନର ସ୍ମୃତି ବିଜଡିତ କବିତା, ପ୍ରବନ୍ଧ ଆଦି ଓଡିଆ, ଇଂରାଜୀ କିମ୍ବା ହିନ୍ଦି ଭାଷାରେ ଲେଖି ଦିବାକର ନାଥଶର୍ମା, ପ୍ରଧାନ ଶିକ୍ଷକ, ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହାକାଳପଡା,ଜିଲ୍ଲା – କେନ୍ଦ୍ରାପଡା ଠିକଣାରେ ଡାକ ଯୋଗେ କିମ୍ବା ହ୍ୱାଟସଆପ ନମ୍ବର-୮୫୯୪୯୪୯୪୨୧/୯୯୩୮୪୦୭୩୧୨/୯୬୫୮୨୪୦୯୯୦ ରେ ପଠାଇବାକୁ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ରାଉତରାୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବିମାନଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର