Saturday , April 1 2023
Breaking News
Home / ବିଶେଷ / ଧର୍ମପ୍ରାଣା ମହିଳାଙ୍କ ପରଲୋକ 

ଧର୍ମପ୍ରାଣା ମହିଳାଙ୍କ ପରଲୋକ 

ଗରଦପୁର, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-ସର୍ବଦା ନିଯେ ହସି ହସି ସମସ୍ତଙ୍କୁ ହସ ବାଂଟୁଥିବା ତଥା ଗ୍ରାମରେ ଜଣେ ଧର୍ମପ୍ରାଣା ମହିଳା ଭାବରେ ସୁପରିଚିତ ଥିବା ମହିୟଷି ମହିଳା ନର୍ମଦା ସେନାପତି ଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇ ଯାଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ନର୍ମଦା ଦେବୀ ହେଉଛନ୍ତି ଗରଦପୁର ଅଂଚଳରେ ବେଶ୍ ଜଣାଶୁଣା ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତିଙ୍କ ଧର୍ମ ପତ୍ନୀ । ନର୍ମଦା ଦେବୀ ଗତ କିଛି ଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ନର୍ମଦା ଦେବୀ ପ୍ରତ୍ୟହ ଭାଗବତ ଗୀତା ପାଠ କରିବା ସହିତ ପ୍ରତ୍ୟହ ଅତିଥି ସେବାରେ ମନ ନିବେଶ କରିଥାନ୍ତି ।ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥାଇ ତାଙ୍କର ପରଲୋକ ଘଟିଛି । ତାଙ୍କ ପରଲୋକ ଖବର ପାଇ ସାମ୍ବାଦିକ ନବଘନ ନାୟକ,ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସମାଜସେବୀ ତ୍ରିଲୋଚନ ସ୍ୱାଇଁ,ବାଗ୍ମି ହୃଶିକେଷ ରଥ,ଜିଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା,ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର,ବିଧାୟିକା ସାବିତ୍ରୀ ଅଗ୍ରୱାଲା,ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ଯୋଗଗୁରୁ ଦେବ କୁମାର ପାଣି, ତହସିଲଦାର ଧରଣୀଧର ବେହେରା, ପ୍ରଧ୍ୟାପକ ନିରୋଦ କୁମାର ଦାସ, ସ୍ତମ୍ଭକାର ହିରଣ୍ୟ ମହାନ୍ତି, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରପିଠୀ,ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି,ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ କାନ୍ତଶକ୍ତି ସେନାପତି ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.