ପାରାଦୀପ,୨୯/୦୪/୨୦୨୧(ଓଡ଼ିଶା ସମାଚାର)-ଦେଶରେ କରୋନା ମହାମାରୀ ସମୟରେ ଚିକିତ୍ସାଳୟ ମାନଙ୍କରେ ଅଭାବ ପଡିଥିବା ମେଡିକାଲ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଫକୋ ପକ୍ଷରୁ ୩୦କୋଟି ଟଙ୍କା ବ୍ୟୟରେ ୪ଟି ଅମ୍ଲଜାନ ପତ୍ନ୍ ପ୍ରତିଷ୍ଠା କରାଯାଇଛି । ଉତରପ୍ରଦେଶରେ ଦୁଇଟି ଏବଂ ଗୁଜୁରାଟରେ ଗୋଟିଏ ପ୍ଲାନ୍ଟ ମେଁ ମାସ ୩୦ ତାରିଖରୁ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ, ପାରାଦୀପର ପ୍ରତିଷ୍ଠା ହେବାକୁ ଯାଉଥିବା ପ୍ଲାନ୍ଟଟି ଜୁନ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏବଂ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ପାରାଦୀପ ଇଫକୋ ପକ୍ଷରୁ ସୂଚନା ମିଳିଛି । ଏଥିରୁ ଉତ୍ପାଦନ ହେବାକୁ ଥିବା ଅମ୍ଲଜାନ ବା ଅକ୍ସିଜେନ ଦେଶର ସେବାରେ ଥିବା ହସ୍ପିଟାଲକୁ ମାଗଣାରେ ଯୋଗାଇ ଦେବ । ପାରାଦୀପରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି କାରଖାନାର କ୍ଷମତା ହେଉଛି ଘଂଟାପ୍ରତି ୧୫୦ କୁ୍ୟବିକ୍ ମିଟର । ଏହି କାରଖାନାରେ ଦୈନିକ ୫୨୦ ବଡ “ଡି” ଟାଇପ୍ ସିଲିଣ୍ଡର ଏବଂ ୨୦୦ ମଧ୍ୟମ “ବି” ସାଇଜ୍ ସିଲିଣ୍ଡର ପୁରଣ କରି ୧୫ ଜୁନ ଠାରୁ ମାଗଣାରେ ହସ୍ପିଟାଲ୍ ମାନଙ୍କୁ ଯୋଗାଣ କରିବ ବୋଲି ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ପ୍ରକାଶ । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ଜୁନ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ପାରାଦୀପରେ ଇଫକୋର ୪ର୍ଥ ମେଡିକାଲ ଅମ୍ଲଜାନ ପ୍ଲାନ୍ଟ