Saturday , April 1 2023
Breaking News
Home / ବିଶେଷ / ଚାଷୀ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର

ଚାଷୀ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର

କନ୍ଧମାଳ, ୨୯/୦୪/୨୦୨୧(ଓଡ଼ିଶା ସମାଚାର/କିଶୋର ଚନ୍ଦ୍ର ସାହୁ)- କନ୍ଧମାଳ ଜିଲ୍ଲା ରାଇକିଆ ତହସିଲ କାର୍ୟ୍ୟାଳୟ ରେ କାର୍ୟ୍ୟରତ ଅଧିକାରୀ ତହସିଲଦାର ଚକ୍ରଧର ପ୍ରଧାନ ମଣ୍ଡିକିଆ ଗ୍ରାମର ଜଣେ ଚାଷୀ ସେନାପତି ପ୍ରଧାନ ଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।
ଚାଷୀ ସେନାପତି ପ୍ରଧାନ ଏମଜି ଏନଆରଇଜିଏ ଯୋଜନା ମାଧ୍ୟମରେ ନିଜ ଚାଷ ଜମିରେ କୂପ ଖୋଲିବା ସକାଶେ ଗତ ୨୭ ତାରିଖରେ ଏକ ଟ୍ରାକ୍ଟର ଯୋଗେ ପଥର ଆଣୁଥିବା ସମୟ ରେ ରାଇକିଆ ରାଜସ୍ୱ ନିରୀକ୍ଷକ ଉକ୍ତ ଟ୍ରାକ୍ଟର କୁ ଜବତ କରି ରାଇକିଆ ତହସିଲ କାର୍ୟ୍ୟାଳୟ କୁ ନେଇଆସିଥିଲେ । ତହସିଲଦାର ବିନା କେସ ରେ ଟ୍ରାକ୍ଟର ଟିକୁ ଛାଡ଼ିବାକୁ କୁଆଡେ ୨ ଲକ୍ଷ ଟଙ୍କା ଦାବି କରି ଥିଲେ । ବହୁତ୍ ମୁଲଚାଲ ପରେ ତାହା କମି ୫୦ ହଜାର ଟଙ୍କାରେ ସୀମିତ ରହିଥିଲା । ଗତ୨୭ ତାରିଖ ରେ ପ୍ରଥମ ଦଫା ରେ ଅଗ୍ରୀମ ୧୦ହଜାର ଟଙ୍କା ତହସିଲଦାର ଙ୍କୁ ସେନାପତି ପ୍ରଧାନ ଦେବାପରେ ଅବଶିଷ୍ଟ ଟଙ୍କା ଆସନ୍ତା ୨୯ ତାରିଖ ଦିନ ଦେବାକୁ କଥା ଛିଣ୍ଡିଥିଲା । ଗତ କାଲି ଅର୍ଥାତ୍ ସେନାପତି ପ୍ରଧାନ ଏହି ଘଟଣା କୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କୁ ଜଣାଇଥିଲେ। ପୂର୍ବ ପ୍ରସ୍ତୁତ ଅନୁଯାୟୀ ଆଜି ୨୯ ତାରିଖ ଦିନ ୧୦ ଟା ସମୟ ରେ ତହସିଲଦାର ନିଜ ବାସ ଭବନ ଭିତରେ ସେନାପତି ପ୍ରଧାନଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରାପଡ଼ି ଗିରଫ ହୋଇଛନ୍ତି । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯିବା ସହ ହାତକୁ ରାସାୟନିକ ପରୀକ୍ଷା ମଧ୍ୟ କରାଯାଇଥିଲା । ଏହି ଚଢାଉ ବ୍ରହ୍ମପୁର ଭିଜିଲାନ୍ସ ଡ଼ିଏସପିଙ୍କ ସହ ଫୁଲବାଣୀ ଓ ବୌଦ ଭିଜିଲାନ୍ସ ଇନିସପେକ୍ଟରଙ୍କ ଦ୍ଵାରା କରାଯାଇଥିଲା ।ଏହି ଘଟଣାକୁ ନେଇ କେସ ନମ୍ୱର୍ ୯/୨୦୨୧ ରେ ଏକ ଭିଜିଲାନ୍ସ ମକଦ୍ଦମା ରୁଜୁ ହୋଇଛି । ଭିଜିଲାନ୍ସ ପକ୍ଷରୁ ତହସିଲଦାରଙ୍କ ସରକାରୀ ବାସଭବନ ଓ ଅଫିସ ଚାମ୍ବର ମଧ୍ୟ ଯାଂଚ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.