କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଠରବାଟିଆ ସାମିଲ ପଛପଡା ଗ୍ରାମରେ ଖାତା ନମ୍ବର ୭୩୨ ଓ ପ୍ଲଟ ନମ୍ବର ୧୬୬୯ରେ ଏ ୦.୩୮ଡେସିମିଲ ଗୋଚର ଜମି ରହିଛି । ସେହି ଗୋଚର ଜମିକୁ ଜବର ଦଖଲ କରାଯାଇଥିବାରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ସେହି ଜମିରୁ ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଥିଲା । କିନ୍ତୁ ଏବେ ପୁନର୍ବାର ସେହି ଗୋଚର ଜମିକୁ ଜବରଦଖଲ କରାଯାଇଥିବାରୁ ତାହାକୁ ଜବରଦଖଲମୁକ୍ତ କରାଯିବାକୁ ଅଠରବାଟିଆ ଗ୍ରାମର ରବୀନ୍ଦ୍ର ମଳିକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର