Thursday , March 23 2023
Home / ବିଶେଷ / କେନ୍ଦ୍ରାପଡା ସହରରେ ଆରକ୍ଷୀ ଅଧିକ୍ଷକଙ୍କ କୋଭିଡ ସଚେତନତା ଓ ମାସ୍କ ଚେକିଂ

କେନ୍ଦ୍ରାପଡା ସହରରେ ଆରକ୍ଷୀ ଅଧିକ୍ଷକଙ୍କ କୋଭିଡ ସଚେତନତା ଓ ମାସ୍କ ଚେକିଂ

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବଡହାଟ ପର୍ଯ୍ୟନ୍ତ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପାଦରେ ଚାଲି ଚାଲି ଲୋକମାନଙ୍କୁ  ଏବଂ ଦୋକାନୀମାନଙ୍କୁ କୋଭିଡ ସମ୍ପର୍କରେ ସଚେତନ କରିବା ସହ ଅମାନିଆମାନଙ୍କ ଠାରୁ ମାସ୍କ ପିନ୍ଧି ନଥିବା କାରଣରୁ ଜୋରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକରଙ୍କ ସହିତ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଏ.ଏସ.ଆଇ. ଶରତ ଚନ୍ଦ୍ର ବାରିକ ପ୍ରମୁଖ ରାସ୍ତାରେ ମାସ୍କ ନପିନ୍ଧି ଯାଉଥିବା ଦୁଇଚକିଆ ଯାନର ଚାଳକ ଓ ଲୋକମାନଙ୍କ ଠାରୁ ୫ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିଲେ । ଟାଉନ ଥାନା ପୋଲିସ ପକ୍ଷରୁ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.