କଟକ,୨୯/୦୪/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ରେ ପୋଲିସ ର ଏନକାଉଂଟର । ଗ୍ୟାଙ୍ଗଷ୍ଟାର ସକିଲ ଅହମ୍ମଦ ର ଡ଼ାହାଣହାତ ଦୁର୍ଦ୍ଧାନ୍ତ ଅପରାଧୀ ପେନସନ୍ ଲେନ୍ ର ସେକ୍ ବାବୁ ଆଲିଆସ ବରେନ୍ ବାବୁ (ପିତା- ନିମାୟତ ଅଲୀ)ପୋଲିସ ର ଏନକାଉଂଟର ରେ ଆହତ ହୋଇଛି । ତାର ବାମ ଗୋଡ଼ରେ ଗୁଳି ବାଜିଛି ।
ମିଳିଥିବା ତାଜା ସୂଚନା ଅନୁସାରେ ଦରଘା ବଜାର ଥାନା ଆଇଆଇସି ପ୍ରଦୀପ କୁମାର ଜେନା ଖବର ପାଇଲେ କି ଦୁର୍ଦ୍ଧାନ୍ତ ଅପରାଧୀ ସେକ୍ ବାବୁ କୌଣସି ଏକ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତ ହେଉଛି । ଆଇଆଇସି ଶ୍ରୀ ଜେନା ତୁରନ୍ତ ବାରଙ୍ଗ ଥାନା ଅନ୍ତର୍ଗତ ଚନ୍ଦକା- ବାରଙ୍ଗ ରାସ୍ତାର ର ଇଏସଆଇ ହସପିଟାଲ ନିକଟରେ ଚଢ଼ାଉ କରିବା ସମୟରେ ସେକ୍ ବାବୁ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୋଲିସ ର ଏନକାଉଂଟର ରେ ବାବୁର ବାମ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ପୋଲିସ ତାକୁ କାବୁ କରିନେଇଥିଲା ।
ଦରଘାବଜାର ଥାନା ଆଇଆଇସି ଶ୍ରୀ ଜେନା ଓ ସ୍ପେଷାଲ ସ୍କ୍ୱାଡ଼ର ହାବିଲଦାର ତୋଫାନ ବେହେରା ଆହତ ହୋଇଛନ୍ତି । ଆହତ ବାବୁକୁ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି । ତା ନିକଟରୁ ଏକ ୯ ଏମ ଏମ ର ଦେଶି ପିସ୍ତଲ ଓ ୧ ରାଉଣ୍ଡ ଗୁଳି ଜବତ କରାଯାଇଥିବାବେଳେ ତା ବାଇକ୍ ମଧ୍ୟ ଜବତ କରାଯାଇଛି । ବାବୁ ନାମରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର
Home / ବିଶେଷ / କଟକ ରେ ପୋଲିସ ର ଏନକାଉଂଟର – ଦୁର୍ଦ୍ଧାନ୍ତ ଅପରାଧୀ ସେକ୍ ବାବୁ ଆହତ – ବନ୍ଧୁକ , ଗୁଳି, ବାଇକ୍ ଜବତ