Saturday , April 1 2023
Breaking News
Home / ବିଶେଷ / ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା ପାଇଁ  ଦାବି

ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା ପାଇଁ  ଦାବି

ରଘୁନାଥପୁର,୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଏକ ଦାବି କରାଯାଇଅଛି । ଏଥିଉପଲକ୍ଷେ ଆଜି ରଘୁନାଥପୁରସ୍ଥିତ ମହାତ୍ମାଗାନ୍ଧି ସଭାକକ୍ଷରେ ଏକ ବୈଠକ ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା କରାଯିବା ଏକାନ୍ତ ଆବଶ୍ୟକ । ସରକାର ତୁରନ୍ତ ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା ନକରିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ କଟକ-ପାରାଦ୍ୱୀପ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଏକ ସର୍ବ ପୁରାତନ ଡାକ୍ତରଖାନା ଅଟେ । ଏଠାକୁ ପ୍ରତିଦିନ ଜଗତସିଂହପୁ ଜିଲ୍ଲାର ରଘୁନାଥପୁର, ବିରିଡି, ତିର୍ତୋଲ, ନିଶ୍ଚିନ୍ତକୋଇଲି ବ୍ଲକର, କଟକ ସଦର ବ୍ଲକର ଶହ ଶହ ରୋଗୀ ପ୍ରତିଦିନ ଚିକିତ୍ସା ପାଇଁ ଆସିଥାନ୍ତି । ଏହି ଦୃଷ୍ଟିରୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି କରିଥିଲେ । ଏହି ବୈଠକରେ ସମାଜସେବୀ ଅଶୋକ କୁମାର ଦାସ (ଯୁବୁଦା) ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା କରାଯିବା ଆବଶ୍ୟକ ।  ଏଥିରେ ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷାବିତ୍ ସଦାଶିବ ବିଶ୍ୱାଳ, ଅଧ୍ୟାପକ ଆଶୀଷଚକ୍ରବର୍ତୀ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ସମାଜସେବୀ ବିଜନ ମହାପାତ୍ର,  ପୂର୍ବତନ ଶିକ୍ଷା ନିରିକ୍ଷକ ନିରଂଜନ ପାତ୍ର, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଆଇନ୍ଜୀବି ଏମ୍ଏନ୍ ହର୍ଷବର୍ଦ୍ଧନ, ସାମ୍ବାଦିକ ସୁଶାନ୍ତ ରାଉତ, ସାମ୍ବାଦିକ ପ୍ରଶାନ୍ତ ମୁଦୁଲି, ସାମ୍ବାଦିକ ମନୋଜ ସାହୁ, ପ୍ରମୁଖ ଯୋଗଦେଇ ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା କରାନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ଏଥିରେ ଅବସରପ୍ରାପ୍ତ ଶିକ୍ଷାନିରିକ୍ଷକ ଯଦୁନାଥଜେନା ଯୋଗଦେଇ ଧନ୍ୟବାଦ ଦେଇଥିଲେ । ଜଗତ୍ସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ରଶ୍ରେଣୀ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଆଗାମୀ ଓଡିଶା ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.