ରଘୁନାଥପୁର,୨୮/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଂଚାୟତର ୧୮ ନଂ ୱାର୍ଡର ୮ନଂ କେନାଲ ବନ୍ଧ ହାଟଗ୍ରାମ ଠାରୁ ମୂରଲୀ ଧର ଭୋଇ ଘର ପର୍ଯ୍ୟନ୍ତ ରାସ୍ତାଟି ଆଜକୁ ଦୀର୍ଘ ବର୍ଷ ହେଲା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି । ଏହି ରାସ୍ତାଟି ଉପରେ ଶହ ଶହ ଲୋକ ପ୍ରତିଦିନ ଯାତାୟତ ଉପରେ ନିର୍ଭର କରିଥାନ୍ତି । ବର୍ଷା ଦିନେ ଏହି ରାସ୍ତାରେ ଆଣ୍ଠୁଏ କାଦୁଅରେ ଲୋକମାନେ ବହୁ କଷ୍ଟରେ ଯାତାୟତ କରିଥାନ୍ତି । ଏହି ରାସ୍ତାଟିକୁ ଢଳେଇରାସ୍ତା କରାଯିବା ନିମନ୍ତେ ଆଜକୁ ୨୫ ବର୍ଷ ହେଲା ଗ୍ରାମବାସୀ ମାନେ, ନେତା, ଅଫିସରଙ୍କୁ ବାରମ୍ବାର ଭେଟି ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାଁନ୍ତି । ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ରାସ୍ତାଟିକୁ ଢଳେଇ ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର