ତାରପୁର, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ୱାଇଫର୍ମ ଟ୍ୟାମ୍ପରିଙ୍ଗ ଏବଂ ଅତ୍ୟଧିକ ମାଲ ବୋଝେଇ ଅପରାଧରେ ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍କୁ ରଘୁନାଥପୁର ତହସିଲଦାର ରୁପାଲିକା ଦାଶ ଆଜି ଜବତ କରି ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି । ପ୍ରକାଶ ଥାଉକି, ବିଭିନ୍ନ ବାଲିଘାଟରୁ ଶହ ଶହ ହାଇୱା ଟ୍ରକ୍ ପ୍ରତିଦିନ କଟକ-ପାରାଦ୍ୱୀପ ରାସ୍ତାରେ ଏବଂ ରଘୁନାଥପୁର – ଶିର୍ଲୋ ରାସ୍ତାରେ ଅଧିକ ବାଲି ବୋଝେଇ କରି ୱାଇଫର୍ମ ଟ୍ୟାମ୍ପରିଙ୍ଗ କରି ଏହି ରାସ୍ତାରେ ଚଳା ଚଳ କରୁଅଛନ୍ତି ବୋଲି ଅଭିଯୋଗ ପାଇ ରଘୁନାଥପୁର ତହସିଲଦାର ରୁପାଲିକା ଦାଶ, ବରିଷ୍ଠ କିରାଣି ଗୋବର୍ଦ୍ଧନ ବିଶ୍ୱାଳ କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଥାନା ନିକଟରୁ ଏକ ହାଇୱା ଟ୍ରକ ଠାରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ତାରପୁର ଠାରେ ଆଉ ଏକ ହାଇୱାକୁ ଜବତ କରି ତାକୁ ୧୦ ଟଙ୍କା ଜୋରିମାନା କରିଛନ୍ତି । ଜବତ ହୋଇଥିବା ଏହି ଦୁଇଟି ହରଇୱା ଟ୍ରକ କୁ ରଘୁନାଥପୁର ଥାନା ପୋଲିସ ମାର୍ଫତରେ ଦିଆଯାଇଛି । ଓଡ଼ିଶା ସମାଚାର