ତାରପୁର, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟା ମାନଙ୍କ ଦ୍ୱାରା ଶହେରୁ ଅଧିକ ଘର ବୁଲି କରୋନା ରୁ ନିଜକୁ କିପରି ସୁରକ୍ଷିତ ରଖିବା ତାହା ବୁଝାଇବା ସହିତ ମାସ୍କ ଓ ସାବୁନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାଲକ୍ଷ୍ମୀ ସ୍ୱୟଂ ସାହାୟକ ଦଳର ସଭାନେତ୍ରୀ ବିଷ୍ଣୁପ୍ରିୟା ଜେନା, ସମ୍ପାଦିକା ସରୋଜିନୀ ସାହୁ , ଶୁଭଲକ୍ଷ୍ମୀ ବେହେରା, ମମତା ବାରିକ, ସୁନନ୍ଦା ଦାସ, ବେବିନା ଦାଶ, ବିଣାପାଣି ପରିଜା, ବିଶ୍ୱଜିତା ରାଉତ, କୃଷ୍ଣପ୍ରିୟା ନାୟକ, ଦୀପ୍ତିମୟୀ ପରିଜା, ସୁଜାତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ମାସ୍କ ର ବ୍ୟବହାର ଶିଖାଇଥିଲେ । ଓଡ଼ିଶା ସମାଚାର