ସାଲେପୁର:୨୮/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ଉତ୍କଳଗୌରବ ମଧୁସୂଦନ ଦାସ ୧୮୪୮ମସିହା ଏପ୍ରିଲ ୨୮ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।ମଧୁବାବୁ ଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ।ସେ ଗୃହର ଜ୍ୟେଷ୍ଠପୁତ୍ର ଥିଲେ।ସେ ଗାଁ ଚାଟଶାଳୀରେ ସ୍କୁଲଶିକ୍ଷା ଶେଷକରି କଟକ ହାଇସ୍କୁଲ ରୁ ମାଟ୍ରିକୁଲେସନ ପରୀକ୍ଷା ରେ କୃତକାର୍ୟ୍ୟ ହେଲେ।ଏହା ପରେ ପରେ ବାଲେଶ୍ଵର ରେ ତାଙ୍କୁ ଏକ କିରାଣୀ ଚାକିରୀ ମିଳିଥିଲା।ମାତ୍ର ମଧୁବାବୁ ଥିଲେ ଉଚ୍ଚାଭିଳାଶି।ଏହି କିରାଣୀ ଚାକିରୀରେ ତାଙ୍କର ଅସୀମ ଜ୍ଞାନଲିପ୍ସା ଚରିତାର୍ଥ ହେଲାନାହିଁ।ଫଳରେ ଉଚ୍ଚଶିକ୍ଷା ଲାଭ ଆଶାରେ ସେ କଲିକତା ଚାଲି ଆସିଲେ।କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ପ୍ରେରଣା ଓ ସହାୟତା ରେ ସେ କଲିକତା ବିଶ୍ୱବିଦ୍ୟାଳୟ ରୁ ଏମ.ଏ ପାସ କରିଥିଲେ।ପାସ କଲାପରେ ସେ କଲିକତା ର ବିଭିନ୍ନ ସ୍କୁଲ ରେ ଶିକ୍ଷକତା କରି ଅବଶେଷ ରେ ସେ ଶ୍ରୀରାମପୁର କଲେଜ ରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ।ବିଭିନ୍ନ ବିଷୟରେ ତାଙ୍କର ଗଭୀର ପାଣ୍ଡିତ୍ୟଥିଲା।ଏହି ସମୟରେ ସେ କଲିକତା ବିଶ୍ୱବିଦ୍ୟାଳୟ ରୁ ଓକିଲାତି ମଧ୍ୟ ପାସ କଲେ।
ଅମ୍ବିକା ପ୍ରସାଦ ଓ ତାଙ୍କର ପତ୍ନୀ ଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲାମାନଙ୍କ ର ଭାର ମଧୁବାବୁଙ୍କ ଉପରେ ନ୍ୟସ୍ତଥିଲା।ବିଶେଷ କରି ଶୈଳବାଳା ଏବଂ ସୁଧାଂଶୁବାଳା ନାମ୍ନୀ ଦୁଇଟି କନ୍ୟା ଙ୍କୁ ସେନିଜର କନ୍ୟାରୂପେ ଆଜୀବନ ପାଳନ କରିଥିଲେ। ସେହି ପାଳିତାକନ୍ୟା ଙ୍କ ନାମାନୁ ସାରେ କଟକରେ ଶୈଳବାଳା ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି।ତାହାଥିଲା ମଧୁବାବୁ ଙ୍କ ବାସଗୃହ।
ଅମ୍ବିକା ପ୍ରସାଦ ହାଜରା ଙ୍କ ପିଲାମାନଙ୍କର ଦାଇତ୍ୱ କେବଳ ସେ ବହନ କରିଥିଲେ ତାହାନୁହେଁ କଲିକତାରେ ବାସକରୁଥିବା ଓଡ଼ିଆ ମାନଙ୍କ ପାଇଁ ନଶ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ।ପୁରୀ ଜଗନ୍ନାଥ ମନ୍ଦିର ଭାର ଇଂରେଜ ସରକାର ନେବାକୁ ଉଦ୍ୟମ କରୁଥିଲା ବେଳେ ତାହା ସେ କରାଇଦେଇ ନଥିଲେ।ଉତ୍କଳ ସମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାର ଅଗଣିତ ଭାଇ ଭଉଣୀଙ୍କୁ ଏହି ସମିଳନୀ ମାଧ୍ୟମରେ ଆହ୍ୱାନ ଦେଇ ମଧୁସୂଦନ ଲେଖିଥିଲେ——
ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟିପ୍ରାଣ ବିନ୍ଧୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ।
ଡେଇଁପଡି ସିନ୍ଧୁ ନିରେ।।
କଟକ ରେ ତାରକସି କାମର ଉନ୍ନତି ଏଇ ମଧୁସୂଦନ ଙ୍କ ପ୍ରଚେଷ୍ଟା ର ଫଳ।ଉତ୍କଳ ଟାନେରୀ ଜୋତାକାରଖାନା ପାଇଁ ସେ କ୍ଷତିଗ୍ରସ୍ତ ହୋଇଥିଲେ ସତ,ହେଲେ ଅର୍ଥାଭାବ ଦୃଷ୍ଟି ରୁ ସେନିଜର ଆତ୍ମସମ୍ମାନ ହରାଇ ନାହାଁନ୍ତି। ସେ ସଦାସର୍ବଦା କହୁଥିଲେ,
“ଆଲୋ ସଖି,ଆପଣାମହତ ଆପେରଖି,,
୧୯୪୩ମସିହା ଫେବୃଆରୀ ମାସ ୪ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ।କଟକ ମହାନଦୀ ତଟବର୍ତ୍ତି ଗୋରକବର ହତାମଧ୍ୟରେ ତାଙ୍କର ନଶ୍ୱର ଦେହକୁ କବର ଦିଆଗଲା।ସେ ଖ୍ରୀଷ୍ଟଧର୍ମ ରେ ଦୀକ୍ଷିତ ହୋଇଥିବା କାରଣରୁ ତାଙ୍କୁ କବର ଦିଆଯାଇଥିଲା।
କରୋନା ପ୍ରଭାବ ରେ ମଧୁବାବୁଙ୍କ ର ୧୭୩ତମ ଜନ୍ମ ଜୟନ୍ତୀ ବାଧାପ୍ରାପ୍ତ ହେଉଥିଲେ ହେଁ ଓଡିଶା ବାସୀ ଓ ଓଡ଼ିଆ ଭାଷୀ ଙ୍କ ପ୍ରତି ରହିଥିବା ତାଙ୍କର ମହାନ ତ୍ୟାଗ ଓ ଆଦର୍ଶ ଚିର ଦିନ ଅମ୍ଳାନ ରହିବ। ଓଡିଶା ସମାଚାର