Thursday , March 23 2023
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନିଜୀବି ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନିଜୀବି ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନିଜୀବି ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ବୁଧବାର ସକାଳେ ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତିଙ୍କ ପୌରହିତ୍ୟରେ ସଂଘ କାର୍ଯ୍ୟାଳୟ ପରିସରରେ ଥିବା ଉକ୍ତଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସଭାଗୃହରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ପ୍ରାକ୍ତନ ସଭାପତି ଧ୍ରୁବ ଚରଣ ଜେନା, ସରୋଜରାଜ ସିଂହ, ଧିରେନ କୁମାର ସାହୁ, ଦିଲ୍ଲିପ କୁମାର ସାହୁ, ରମାକାନ୍ତ ସ୍ୱାଇଁ, ନିତ୍ୟାନନ୍ଦ ସ୍ୱାଇଁ, ରମଣୀରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ସୁରେଶ ନାୟକ, ଆଶିଷ ସେନାପତି, ଦିନେଶରାଜ ସିଂ, ପ୍ରେମାନନ୍ଦ ମାଟି, ଏମଡି. ଜୋବେର ଅହମଦ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଗଗନ ବିହାରୀ ଜେନା, ବିବେକାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.