Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬୪ କରୋନା ପଜିଟିଭ ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬୪ କରୋନା ପଜିଟିଭ ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

କେନ୍ଦ୍ରାପଡ଼ା, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୬୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥି ମଧ୍ୟରୁ ଆଳି ବ୍ଲକରେ ୬ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଗରଦପୁର ବ୍ଲକରେ ୨, କେନ୍ଦ୍ରାପଡା ବ୍ଲକରେ ୧୧ଟି, ମହାକାଳପଡା ବ୍ଲକରେ ୫, ମାର୍ଶାଘାଇ ବ୍ଲକରେ ୯, ପଟ୍ଟାମୁଣ୍ଡାଇ ବ୍ଲକରେ ୧୪, ରାଜକନିକା ବ୍ଲକରେ ୫, ରାଜନଗର ବ୍ଲକରେ ୯ ଓ କେନ୍ଦ୍ରାପଡା ପୌରାଂଚଳରେ ୩ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବାକୁ ନେଇ ଚିନ୍ତା ବଢାଇ ଦେଇଛି । ଜିଲ୍ଲାର ଅନେକ ସ୍ଥାନରେ ପ୍ରବାସୀମାନେ ଫେରିବା ପରେ ସଙ୍ଗରୋଧରେ ନରହି ଘରକୁ ଚାଲିଯାଉଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏସବୁ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.