Saturday , April 1 2023
Breaking News
Home / ବିଶେଷ / ଓଡ଼ିଆ ଅସ୍ମିତାର ପ୍ରତୀକ ଥିଲେ ମଧୁବାବୁ 

ଓଡ଼ିଆ ଅସ୍ମିତାର ପ୍ରତୀକ ଥିଲେ ମଧୁବାବୁ 

ଗରଦପୁର ମଧୁବାବୁ ପାଠାଗାରରେ ୧୭୪ତମ ମଧୁ ଜୟନ୍ତୀ

ଗରଦପୁର, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳ ନବ ଜାଗରଣ ର ଶ୍ରେଷ୍ଠତମ ଶ୍ରଷ୍ଟା । ଏକଦା ଉନବିଂଶ ଶତାବ୍ଦିର ପ୍ରାରମ୍ଭରେ ନୌବାଣିଜ୍ୟ ଓ ସଂସ୍କୃତି ସମ୍ପନ୍ନ ଥିବା ଉତ୍କଳିୟ ମାନେ ଉନବିଂଶ ଶତାବ୍ଦିର ପ୍ରାରମ୍ଭରେ ଯେତେବେଳେ ନିଜ ପରିଚୟକୁ ନେଇ ସଙ୍କଟ ଭିତରେ ଥିଲେ , ସେହି ସମୟରେ ମଧୁବାବୁ ଉତ୍କଳିୟ ନବ ଜାଗରଣ ସୃଷ୍ଟି କରିବାକୁ ଜୀବନ ବ୍ୟାପି ସାଧନା କରିଥିଲେ । ତାଙ୍କ ସାଧନାର ସିଦ୍ଧି ସ୍ୱରୂପ ଓଡ଼ିଆ ଅସ୍ମିତା ତିଷ୍ଟି ରହିଥିଲା । ଯଥାର୍ଥରେ ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ ଥିଲେ ବୋଲି ଗରଦପୁର ବ୍ଲକ୍ ନିକଟସ୍ଥ ମଧୁବାବୁ ପାଠାଗାରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ସମାଜସେବୀ ତଥା ପ୍ରଫେସର ଅଜୟ ରାଉତ ଏହି ମତବ୍ୟକ୍ତ କରିଛନ୍ତି । ପୁରୀ ଜଗନ୍ନାଥଙ୍କୁ ବି୍ରଟିସ ଶାସନ ଅଧିନରୁ ମୁକ୍ତ ରଖିବା ଓଡ଼ିଆ ସ୍ୱାଭିମାନ ପାଇଁ ଉକ୍ରଳ ଟ୍ୟାନେରୀ ପ୍ରତିଷ୍ଠା କରିବା । ଓଡ଼ିଆ ମା , ମାଟି ଓ ମାତୃଭାଷା ପାଇଁ ନିଜ ଜୀବନକୁ ତିଳ ତିଳ କରି ସମର୍ପି ଦେଇଥିବା ମଧୁବାବୁ ଚୀର ଦିନ ପାଇଁ ଓଡ଼ିଆଙ୍କ ହୃଦୟରେ ମୁକୁଟ ମଣ୍ଡିତ ହେଉଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ସାମ୍ବାଦିକ ନବଘନ ନାୟକ ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଗରଦପୁର ତହସିଲଦାର ଧରଣୀଧର ବେହେରା ଯୋଗଦାନ କରିଥିଲେ । ଏଥି ସହିତ ସମ୍ମାନୀୟ ଅତିଥି ଭାବେ ପ୍ରାଧ୍ୟାପକ ନୀରୋଦ କୁମାର ଦାସ, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ପ୍ରଧାନ ଶିକ୍ଷକ ମାଧବ ଚରଣ ନାୟକ,ପ୍ରଧାନ ଶିକ୍ଷକ ସାରଦା କୁମାର ପାଣି ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ସେହିପରି ଉତ୍ସବରେ ଗାଳ୍ପିକ ନରୋତମ ପରିଡ଼ା,ଯୋଗଗୁରୁ ଦେବ କୁମାର ପାଣି,ଘନଶ୍ୟମ କାପ, ସମାଜସେବୀ ଅରୁଣ କୁମାର ପଣ୍ଡା,ଶିକ୍ଷକ ଗୌରାଙ୍ଗ ଚରଣ ରଥ, ଶିକ୍ଷକ କିରଣ ଚନ୍ଦ୍ର ମିଶ୍ର,ପଣ୍ଡିତ ସାରଦା ପ୍ରସାଦ ସତପଥି , ଶିଶିର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ମଧୁବାବୁଙ୍କ ସ୍କୃତି ଚାରଣ କରିଥିଲେ । ଉତ୍ସବରେ ଗିତିକବି ତଥା ଶିକ୍ଷକ କୁଂଜ ବିହାରୀ ପାଣି ଙ୍କ କଂଠ ରେ ମଧୁବାବୁଙ୍କ ସେହି “ତୁମ ପରି ଛୋଟ ପିଲାଟିଏ ”. . ସଂଗୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉତ୍ସବ ପ୍ରାରମ୍ଭ ରେ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଶିଷ୍ଟ କଥାକାର ସ୍ୱର୍ଗତ ମନୋଜ ଦାସ ଙ୍କ ତିରୋଧାନ ପାଇଁ ଅମର ଆତ୍ମାର ସଦଗତି କାମନା କରାଯାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉତ୍ସବରେ ତହସିଲଦାର ଶ୍ରୀ ବେହେରାଙ୍କୁ ଉତରୀୟ, ମାନପତ୍ର, ପୁଷ୍ପ ଗୁଛ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ପ୍ରକୃତିବନ୍ଧୁ ଉଦୟନାଥ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ କୋଭିଡ଼ ନୀୟମ ପାଳନ କରାଯାଇଥିଲା ।   ଓଡ଼ିଶା ସମାଚାର

Leave a Reply

Your email address will not be published.