Sunday , April 2 2023
Breaking News
Home / ବିଶେଷ / ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ୪ଜଣ ସାମ୍ବାଦିକ ଙ୍କ ବିୟୋଗ ରେ ଶୋକସଭା

ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ୪ଜଣ ସାମ୍ବାଦିକ ଙ୍କ ବିୟୋଗ ରେ ଶୋକସଭା

ସାଲେପୁର,୨୭/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର କଳାଗ୍ନି ମନ୍ଦିର ପରିସରରେ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ୪ ଜଣ ସାମ୍ବାଦିକ ଙ୍କ ବିୟୋଗ ରେ ସ୍ମୃତି ସଭା ସଭାପତି ଅଭୟ ଜେନା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରେ ପ୍ରାଣ ହରାଇଥିବାଏହି ଚାରି ଜଣ ସାମ୍ବାଦିକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରି ଶେଷରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ସାମ୍ୱାଦିକ କିଭଳି ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ନିଜକୁ ଉତ୍ସର୍ଗୀକୃତଭାବେ କର୍ତବ୍ୟ କରିବା ସହ ଲୋକଙ୍କ ପାଖରେ ଖବର ପହଞ୍ଚାଇ ଥାଏ ,ଏହି ସଭାରେ ଆଲୋଚନା କରାଯାଇଥିଲା।
ସଙ୍ଘର ଉପଦେଷ୍ଟା ରତ୍ନାକର ବାରିକ,ସମ୍ପାଦକ ମହେଶ୍ୱର ବେହେରା,ନାରାୟଣ ଭୂୟାଁ,ତୁଷାର ଜ୍ୟୋତି ନାୟକ,ସୁରେଶ ବଳ,ତାପସ ଦାସ,ସଂଯୁକ୍ତା ସାହୁ,ଅକ୍ଷୟ କୁମାର ଗୋଛାୟତ, ଅଭିମନ୍ୟୁ ନାୟକ, ସ୍ୱଦେଶ ଜେନା,ଦୀପକ ଷଢଙ୍ଗୀ, ଆଶୁତୋଷ ନନ୍ଦ,ଅକ୍ଷୟ କୁମାର ଦାସ, ପୀତବାସ ରାଉତ,ବାବୁଲି ବାରିକ,ଦିବାକର ରାଉତ,ରଂଜନ କୁମାର ବାରିକ ପ୍ରମୁଖ ଯୋଗଦେଇ ଦିବଂଗତ ସାମ୍ବାଦିକ ସ୍ମୃତି ଉଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.