ଭୁବନ,୨୭/୦୪/୨୦୨୧(ଓଡ଼ିଶା ସମାଚାର)-ଭୁବନର ପ୍ରସିଦ୍ଧ ଶକ୍ତିପୀଠ ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ଗତକାଲି ଠାରୁ ବିନା ଭକ୍ତରେ ୬୩ ତମ ହିଙ୍ଗୁଳା ଯାତ୍ରା ଓ ଝାମୁଯାତ୍ରା ଅନୁଷ୍ଠିତ ହେଉଅଛି । ଆଜି ପୂର୍ଣ୍ଣମୀ ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ବ୍ରତଧାରୀ ପାଟୁଆ ମାନସିକ ପୂରଣ ନିମନ୍ତେ ନିଆଁରେ ଚାଲିଥିଲେ । ମହାମାରୀ କରୋନା ସକାଶେ ସରକାରଙ୍କ ବାରଣ ଯୋଗୁ ଚଳିତବର୍ଷ ବିନା ଭକ୍ତରେ କେବଳ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ କର୍ମକର୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା,ଯଜ୍ଞ ଓ ନାମସଂକୀର୍ତନ ଅନୁଷ୍ଠିତ ହେଉଅଛି । ଆସନ୍ତା ୨୯ ତାତିଖ ଗୁରୁବାର ଦିନ ଗୋଶାଳା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ଓ ୩୦ ତାରିଖ ଶୁକ୍ରବାର ଅପରାହ୍ନରେ ମହାଯଜ୍ଞର ପୂର୍ଣ୍ଣାହୂତୀ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଶଶୀ ଭୂଷଣ ପୃଷ୍ଟିଙ୍କ ସମେତ ସମ୍ପାଦକ କୁଂଜ ବିହାରୀ ଚିନରା,ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାସ,ଧନେଶ୍ୱର ସାହୁ,ଖଗେଶ୍ୱର ନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି । ତେବେ ଭକ୍ତମାନେ କୋଭିଡ ନିୟମ ମାନି ଯୋଗଦେବାରେ କୌଣସି ଆପତି ନାହିଁ ବୋଲି କୁହାଯାଇଛି । ଓଡ଼ିଶା ସମାଚାର