Saturday , April 1 2023
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଡେମୋ ପାଇଖାନାରେ ଥଣ୍ଡାପାନୀୟ ବ୍ୟବସ୍ଥା – ସମ୍ବାଦ ପ୍ରାକାଶିତ ପରେ ହଟିଲା ପ୍ରକଳ୍ପ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଡେମୋ ପାଇଖାନାରେ ଥଣ୍ଡାପାନୀୟ ବ୍ୟବସ୍ଥା – ସମ୍ବାଦ ପ୍ରାକାଶିତ ପରେ ହଟିଲା ପ୍ରକଳ୍ପ

କେନ୍ଦ୍ରାପଡା, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡେମୋ ପାଇଖାନା ଗୃହରେ ସର୍ବସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ସେଠାରୁ ସଂପୃକ୍ତ ପ୍ରକଳ୍ପ ଟିକୁ ଉଠାଇ ନିଆଯାଇଥିବା ଦେଖାଯାଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଥଣ୍ଡା ପାନୀୟ ବ୍ୟବସ୍ଥାକୁ ନିକଟରେ ଥିବା ଏକ ଡ୍ରେନରୁ ପାଣି ପାଇପ ସଂଯୋଗ କରାଯାଇଥିବା ଯୋଗୁଁ ସେଠାରୁ ପାଣି ପିଇ ଲୋକମାନେ ଭବିଷ୍ୟତରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେଣୁ ସେହି ବ୍ୟବସ୍ଥାର ତୁରନ୍ତ ପରିବର୍ତନ ସହ ସଂପୃକ୍ତ ପ୍ରକଳ୍ପଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ଶେଷରେ ପ୍ରକଳ୍ପଟିକୁ ସେଠାରୁ ଉଠାଇ ନେଇଥିବା ବେଳେ ଖୁବଶୀଘ୍ର ଅନ୍ୟତ୍ର ସ୍ଥାପନା କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.