Saturday , April 1 2023
Breaking News
Home / ବିଶେଷ / ଗୋଟିଏ ଟ୍ରକ ଓ ୩ ଟି ଚୋରା ମାଙ୍କଡା ପଥର ଟ୍ରାକ୍ଟର ଜବତ,୪ ଗିରଫ

ଗୋଟିଏ ଟ୍ରକ ଓ ୩ ଟି ଚୋରା ମାଙ୍କଡା ପଥର ଟ୍ରାକ୍ଟର ଜବତ,୪ ଗିରଫ

ଭୁବନ ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଥାନା ତରଫରୁ ମାଙ୍କଡାପଥର ଚୋରା ଚାଲାଣ ହେଉଥିବା ଗୋଟିଏ ଟ୍ରକ ଓ ୩ ଟି ଟ୍ରାକ୍ଟର କୁ ଜବତ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ଗତକାଲି ସଂଧ୍ୟା ୬ ଘଟିକା ସମୟରେ ଭୁବନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କ ସମେତ ଏସଆଇ ସୁକାନ୍ତି କେରକଟା, ବିକାଶ ଚନ୍ଦ୍ର ବେହେରା,ଏଏସଆଇ ଲକ୍ଷ୍ମୀଧର ରଣା,ପ୍ରଭାତ କୁମାର ନାୟକ,ଦୀନବନ୍ଧୁ ପ୍ରଧାନ ପ୍ରମୁଖ ପାଟ୍ରୋଲିଂରେ ଯାଉଥିବା ବେଳେ ନୟାନୀଳକଣ୍ଠପୁର ଛକ ନିକଟରେ ମାଙ୍କଡାପଥର ବୋଝେଇ କରି ଭୁବନ ଆଡକୁ ଆସୁଥିବା ଓଆର ୦୯ଇ-୫୨୩୫ ନମ୍ବର ବିଶିଷ୍ଟ ଟ୍ରକ ଏବଂ ଓଡି୦୬ଜେ-୬୬୧୬ ନମ୍ବର ବିଶିଷ୍ଟ ଟ୍ରାକ୍ଟର ସମେତ ଆଉ ୨ ଟି ନମ୍ବର ବିହୀନ ଟ୍ରାକ୍ଟର କୁ ଅଟକାଇ କାଗଜପତ୍ର ତନଖି କରିଥିଲେ । ବେଆଇନ ଭାବେ ମାଙ୍କଡାପଥର ଚାଲାଣ ହେଉଥିବା ଅଭିଯୋଗରେ ଟ୍ରକ ଓ ଟ୍ରାକ୍ଟର ଗୁଡିକୁ ଥାନାକୁ ଆଣିଥିଲେ । ଡ୍ରାଇଭର ମଣିନାଥ ସାହୁ (୪୫),ଅବିନାଶ ରାଉତ (୨୬),ଭଜମନ ମନ୍ତ୍ରୀ (୨୮) ଓ ଭିକାରୀ ଦିଆଣି (୪୮) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୧୬୦/୨୧ ଓ ୧୬୧/୨୧ ରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି ଭୁବନ ବ୍ଲକର ଅଁଳାଝାରୀ,କେଶରପୁର,ବାଲିବୋ ପ୍ରଭୃତି ଅଂଚଳରେ ବ୍ୟାପକ ଭାବେ ବେଆଇନ ମାଙ୍କଡାପଥର ଖଣି ଚାଲୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.