Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ଆଉ ୬୦୭୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୧୦ ମୃତ

ଆଉ ୬୦୭୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୧୦ ମୃତ

ଭୁବନେଶ୍ୱର, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦୭୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୨୨ ଜଣ ସଙ୍ଗରୋଧ କେନˆଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨୫୫୧ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩୯ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ଜଣ, ବରଗଡ଼ ଜିଲ୍ଲାରୁ ୨୮୬ଜଣ, ଭଦ୍ରକ ଜିଲ୍ଲାରୁ ୬୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୫୭, ବୌଦ୍ଧ ଜିଲ୍ଲାରୁ ୬୪ଜଣ, କଟକ ଜିଲ୍ଲାରୁ ୧୯୮ଜଣ, ଦେଓଗଡ଼ ଜିଲ୍ଲାରୁ ୩୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ଜଣ, ଗଜପତି ଜିଲ୍ଲାରୁ ୭୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୬୨ଜଣ, ଯାଜପୁର ଜିଲ୍ଲାରୁ ୧୦୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୫୯ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭୭ଜଣ, କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ଜଣ, କୋରାପୁଟ ଜିଲ୍ଲାରୁ ୭୬ଜଣ, ମାଲକାନଗିରି ଜିଲ୍ଲାରୁ ୨୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୬ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୦୦ଜଣ, ପୁରୀ ଜିଲ୍ଲାରୁ ୨୨୬ଜଣ, ରାୟଗଡ଼ା ଜିଲ୍ଲାରୁ ୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୮ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୭୧ଜଣ, ଷ୍ଟେଟ୍ ପୁଲ୍ରୁ ୨୧୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୦୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୭୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୨୦୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୫୦୯୫୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୯୫୪୭୩୯ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.