ଭୁବନେଶ୍ୱର,୨୬/୦୪/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୫୯୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨୭୭୨ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୮୭, ବାଲେଶ୍ୱର ଜିଲ୍ଲାରୁ ୧୩୭ଜଣ, ବରଗଡ଼ ଜିଲ୍ଲାରୁ ୨୦୩ଜଣ, ଭଦ୍ରକ ଜିଲ୍ଲାରୁ ୮୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୮ଜଣ, ବୌଦ୍ଧ ଜିଲ୍ଲାରୁ ୭୦ଜଣ, କଟକ ଜିଲ୍ଲାରୁ ୪୮୮ଜଣ, ଦେଓଗଡ଼ ଜିଲ୍ଲାରୁ ୩୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୦ଜଣ, ଗଜପତି ଜିଲ୍ଲାରୁ ୮୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୨୩ଜଣ, ଜଗତସିଂହପୁର ଜିଲ୍ଲାରୁ ୯୩ଜଣ, ଯାଜପୁର ଜିଲ୍ଲାରୁ ୨୩୭ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୩୬ଜଣ, କଳାହାଣ୍ଡି ଜିଲ୍ଲାରୁ ୫୧୮ଜଣ, କନ୍ଧମାଳ ଜିଲ୍ଲାରୁ ୩୫ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୫୮ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୨୧ଜଣ, ନୟାଗଡ଼ ଜିଲ୍ଲାରୁ ୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୫୫୧ଜଣ, ପୁରୀ ଜିଲ୍ଲାରୁ ୧୪୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୭ଜଣ, ସମ୍ବଲପୁର ଜିଲ୍ଲାରୁ ୨୨୬ଜଣ, ସୋନପୁର ଜିଲ୍ଲାରୁ ୧୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୩୪ଜଣ, ଷ୍ଟେଟ୍ ପୁଲ୍ରୁ ୨୦୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪୦୫୬ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ୫୩ଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୨୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪୯୦୭୫ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୯୯୧୭୮୯୪ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର