ଭୁବନେଶ୍ୱର,୨୬/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ଏବଂ କେନ୍ଦ୍ରର ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରଙ୍କ ଅବହେଳା ଯୋଗୁ ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଚାଲିଛି ଏବଂ ଏଥିପାଇଁ ବିଜୁ ଜନତା ଦଳ ସରକାର ଓ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଦାବି କରିଛି ।
ଏହି ମର୍ମରେ ସେ ଠେକୁଆ ଓ କଇଁଛ ଦୌଡ଼ ପ୍ରତିଯୋଗିତାର ଉଦାହରଣ ଦେଇଛନ୍ତି । ଦୀର୍ଘ ଏକବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କରୋନାର ପ୍ରକୋପ ଓଡ଼ିଶାରେ ଦେଖା ଦେଇଥିବା ବେଳେ ବିଜୁ ଜନତା ଦଳ ସରକାର ଏପର୍ଯ୍ୟନ୍ତ ଓଡ଼ିଶାକୁ ଏକ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ନିଷ୍ପତିି ନେଇନାହାଁନ୍ତି । ଓଡ଼ିଶାକୁ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଯୋଜନା ଚାଲୁ ରହିଲେ ଓଡ଼ିଶା ଏକ ଆଦର୍ଶ ରାଜ୍ୟରେ ଉଭା ହେବ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ତଥା ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ରମେଶ ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଓଡ଼ିଶା ସମାଚାର
Home / ରାଜନୀତି / ମହାମାରୀମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେଡ଼ି, ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଆହ୍ୱାନ