Friday , May 20 2022
Home / ବିଶେଷ / ଭୁବନରେ ସଟଡାଉନ ର ଦ୍ୱିତୀୟ ଦିନ ଦୋକାନ ବଜାର ବନ୍ଦ,ରାସ୍ତାଘାଟ ଜନଶୂନ୍ୟ

ଭୁବନରେ ସଟଡାଉନ ର ଦ୍ୱିତୀୟ ଦିନ ଦୋକାନ ବଜାର ବନ୍ଦ,ରାସ୍ତାଘାଟ ଜନଶୂନ୍ୟ

ଭୁବନ,୨୬/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଜନିତ ଚଳିତବର୍ଷର ପ୍ରଥମ ସଟଡାଉନ ର ଦ୍ୱିତୀୟ ଦିନରେ ମଧ୍ୟ ଭୁବନର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିଲା । ଭୁବନ ପୋଲିସ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଛକ ଠାରେ ଚେକିଙ୍ଗ ,ବ୍ଲକିଙ୍ଗ କରୁଥିବା ବେଳେ ଅମାନିଆଙ୍କୁ ସାବାଡ କରିବା ସକାଶେ ସହରର ଗଳିକନ୍ଦିରେ ପୋଲିସ ଗାଡି ପଇଁତରା ମାରୁଥିଲା । ସକାଳ ୯ ଘଟିକା ପର୍ଯ୍ୟନ୍ତ ପନିପରିବା କିଣିବାକୁ କାଁ ଭାଁ ଲୋକ ଚଳପ୍ରଚଳ କରୁଥିବା ବେଳେ ଦିନ ୧୦ ଘଟିକା ପରଠାରୁ ଏକଦମ ଜନଶୂନ୍ୟ ହୋଇଯାଇଥିଲା । ମଧ୍ୟାହ୍ନରେ ପୁରା ନିଶବ୍ଦ । ଭୁବନ ଥାନା ତରଫରୁ ବାଇପାସ ଛକ,କାଳୀବଜାର,ନୂଆବଜାର,ରଗଡି ଛକ ଓ କଲେଜ ଛକ ପ୍ରଭୃତି ସ୍ଥାନରେ ଚେକିଙ୍ଗ ପଏଣ୍ଟ କରାଯାଇଛି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ ଏସଆଇ ସୁକାନ୍ତି କେରକେଟା,ବିକାଶ ବେହେରା,ଏଏସଆଇ ଲକ୍ଷ୍ମୀଧର ରଣା,ପ୍ରଭାତ ନାୟକ ,ଦିନବନ୍ଧୁ ପ୍ରଧାନ,ପ୍ରଭାତ କୁମାର ରାଉତ ପ୍ରମୁଖ ବିଭିନ୍ନ ଚେକିଙ୍ଗ ପଏଣ୍ଟରେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *