Monday , March 27 2023
Breaking News
Home / ବିଶେଷ / ଦୁଇ ଗ୍ରାମ ରୋଜଗାର ସେବକଙ୍କୁ ବହିଷ୍କାର କରାଯିବାକୁ ଜିଲାପାଳଙ୍କ ନିଷ୍ପତି

ଦୁଇ ଗ୍ରାମ ରୋଜଗାର ସେବକଙ୍କୁ ବହିଷ୍କାର କରାଯିବାକୁ ଜିଲାପାଳଙ୍କ ନିଷ୍ପତି

ତାରପୁର, ୨୬/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେ କାର୍ଯ୍ୟରତ ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ବହିଷ୍କାର କରାଯିବାକୁ ଆଜି ଜଗତସିଂହପୁର ଜିଲାପାଳ ନିଷ୍ପତି ନେଇଥିବା ରଘୁନାଥପୁର ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।
ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରାଢ଼ଙ୍ଗ ପଂଚାୟତ ଗ୍ରାମ ରୋଜଗାର ସେବକ କ୍ଷିରୋଦ ବିଶ୍ୱାଳ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଚାଷ ଜମି ସମତୁଲ ଯୋଜନାରେ ବହୁ ଦିର୍ନିତୀ ଓ ଅନିୟମିତତା କରିଥିବା ସମ୍ପର୍କରେ ଜିଲାପାଳଙ୍କ ଠାରେ ଅଭିଯୋଗ ଯୋଇଥିଲା ।
ସେହିପରି ଧରାଧରପୁର ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ନାୟକଙ୍କ ବିରୁଦ୍ଧରେ ମଧ୍ୟ ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା । ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଅଭିଯୋଗର ଶୁଣାଣି କରି ଆଜି ରାଢ଼ଙ୍ଗ ଗ୍ରାମ ରୋଜଗାର ସେବକ କ୍ଷିରୋଦ ବିଶ୍ୱାଳ ଓ ଧରାଧରପୁର ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ନାୟକଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି ନିଷ୍ପତି ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.