Saturday , April 1 2023
Breaking News
Home / ବିଶେଷ / ଟିକା ନିଷ୍ପତି ସ୍ୱାଗତ ଯୋଗ୍ୟ: ସାମ୍ବାଦିକ ମିଳିତ ମଂଚ

ଟିକା ନିଷ୍ପତି ସ୍ୱାଗତ ଯୋଗ୍ୟ: ସାମ୍ବାଦିକ ମିଳିତ ମଂଚ

ଭୁବନେଶ୍ୱର,୨୬/୦୪/୨୦୨୧(ଓଡ଼ିଶା ସମାଚାର)-କରୋନା ସମୟରେ ସାମ୍ବାଦିକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନିବେଦନ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଓଡ଼ିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇଲେଣି । ବହୁ ସାମ୍ବାଦିକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦିନ କରାଯାଇଛି । ସ୍ୱର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଂଚ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନ୍ୟ ପକ୍ଷରେ ସାମ୍ବାଦିକଙ୍କ ସମସ୍ୟା କେବେ ଶୁଣିବେ ସରକାର ବୋଲି ପ୍ରଶ୍ନ କରିଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଉ । ସେହିପରି ସାମ୍ବାଦିକଙ୍କୁ ଯୁଦ୍ଧ କାଳୀନ ଭିର୍ତିରେ ମାଗଣାରେ କରୋନା ଟିକା ପ୍ରଦାନ ସହ ସଚିବାଳୟ ଯିବା ବାରଣକୁ ଉଠାଯାଉ ବୋଲି ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି । ଅନେକ ସମୟରେ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହୋଇଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମଂଚ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମ୍ବାଦିକମାନେ ଉପକୃତ ହେବେ । ସେହିପରି ବିଭିନ୍ନ କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଂଚ ପକ୍ଷରୁ ଦାବି କରାଯାଇଛି । ତେବେ ସମସ୍ତଙ୍କୁ ଟିକା ପ୍ରଦାନ ନିଷ୍ପତି ସ୍ୱାଗତ ଯୋଗ୍ୟ ବୋଲି ମଂଚ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.