Saturday , April 1 2023
Breaking News
Home / ବିଶେଷ / ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ପ୍ରଦାନ

ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ପ୍ରଦାନ

କେନ୍ଦ୍ରାପଡ଼ା, ୨୬/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଜଣ କିନ୍ନରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ “ସ୍ୱୀକୃତି” ଯୋଜନାରେ ମଧୁବାବୁ ପେନସନ ପ୍ରଦାନ କରାଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହରର ନିର୍ଦେଶାବଳୀ ଅନୁଯାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ୪ଜଣ କିନ୍ନରଙ୍କୁ ପେନସନ କାର୍ଡ ସହ ୫ଶହ ଟଙ୍କା ଲେଖାଁଏ ପ୍ରତ୍ୟେକଙ୍କୁ ପେନସନ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଆଳି ବ୍ଲକର ଏରଡାଙ୍ଗ ପଂଚାୟତର ମହୁ ଗ୍ରାମର ମିନତୀ ତ୍ରିପାଠୀ, ପିତା – ମେଘନାଦ ଓ ଲିପସା ପରିଡା,ପିତା – ବିଜୟ, ରାଜକନିକା ବ୍ଲକର ବାଘବୁଦା ପଂଚାୟତର ୨ଜଣ ସବେରା ବେଗମ ଓ ଖାନମ ବେଗମ,ପିତା – ମିର୍ଜା କରିମ । ଆସନ୍ତା ମାସରୁ ସେମାନେ ନିଜ ନିଜ ବ୍ଲକରୁ ନିୟମିତ ଭାବେ ଭତା ପାଇବେ ବୋଲି ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର କିନ୍ନର ସୁରକ୍ଷା ଆଇନ -୨୦୧୯ର କାର୍ଯ୍ୟାକାରିତା ବଳରେ ସେମାନଙ୍କୁ ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅନଲାଇନ ଆବେଦନପତ୍ର ଅନୁଯାଇ ଏହି ଭତା ମଞ୍ଜୁର କରାଯାଇଛି । ଜିଲ୍ଲାର ୯ଜଣ କିନ୍ନର ଚିହ୍ନଟ ହୋଇଥିଲେ ମଧ୍ୟ ଆଗକୁ ଆସି ଜିଲ୍ଲାପାଳଙ୍କ ଠାରୁ କିନ୍ନର ପରିଚୟ ପତ୍ର ନେବାକୁ ଆଗଭର ହେଉନଥିବାରୁ ସେମାନଙ୍କୁ ଏହା ଦେବା ସମ୍ଭବ ହେଉନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଭାଗର ଅନଲାଇନ ପୋର୍ଟାଲରେ ଉପଯୁକ୍ତ କିନ୍ନର ପ୍ରାର୍ଥି ଆବେଦନ କଲେ ସେମାନଙ୍କୁ ପ୍ରଥମେ ପରିଚୟ ପତ୍ର ଓ ପରେ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.