Saturday , April 1 2023
Breaking News
Home / ବିଶେଷ / ଜାହାଜରେ ଅକ୍ସିଜେନ ଓ ଆନୁସଙ୍ଗିକ ପରିବହନ ଟିକସ ଛାଡ କଲେ କେନ୍ଦ୍ର ସରକାର – ଅକ୍ସିଜେନ ସମ୍ପର୍କିତ ବର୍ଥଂ କାର୍ଯ୍ୟକୁ ସର୍ବଧିକ ଗୁରୁତ୍ୱ

ଜାହାଜରେ ଅକ୍ସିଜେନ ଓ ଆନୁସଙ୍ଗିକ ପରିବହନ ଟିକସ ଛାଡ କଲେ କେନ୍ଦ୍ର ସରକାର – ଅକ୍ସିଜେନ ସମ୍ପର୍କିତ ବର୍ଥଂ କାର୍ଯ୍ୟକୁ ସର୍ବଧିକ ଗୁରୁତ୍ୱ

ପାରାଦୀପ ୨୬/୦୪/୨୦୨୧(ଓଡ଼ିଶା ସମାଚାର)- ଦେଶରେ ଅକ୍ସିଜେନ ଓ ତତ୍ ସମ୍ପର୍କିତ ଉପକରଣର ମାତ୍ରାଧିକ ଆବଶ୍ୟକତା ଦୃଷ୍ଟିରୁ ଦେଶର ପ୍ରମୁଖ ବନ୍ଦର ଗୁଡିକର ଭଡା ଓ ଟିକସ ଛାଡ କରିବା ନିମନ୍ତେ ଭାରତ ସରକାର ନିର୍ଦ୍ଧେଶ ଦେଇଛନ୍ତି । ସେହିଭଳି ଅକ୍ସିଜେନ ଓ ତତ୍ ସମ୍ପର୍କିତ ଉପକରଣ ପରିବହନ କରି ନେଉଥିବା ଜାହାଜ ଗୁଡିକୁ ସର୍ବାଧିକ ଅଗ୍ରାଧିକାର ପ୍ରଦାନ କରିବା ନମନ୍ତେ କେନ୍ଦ୍ର ସରକାର ନିର୍ଦ୍ଧେଶନାମା ଜାରୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ବନ୍ଦରର ଅଧ୍ୟକ୍ଷ ମାନଙ୍କୁ ଏଭଳି ପଣ୍ୟ କାରବାର ପରିଜାଳନା କରିବା ସକାଶେ ନିର୍ଦ୍ଧେଶ ଦିଆଯାଇଛି । ଯାହାଦ୍ୱାରା ଅକ୍ସିଜେନ ବହନ କରି ନେଉଥିବା ଜାହାଜ ଗୁଡିକ ବନ୍ଦରରେ ଅଗ୍ରାଧିକାର ଭିତିିରେ ଚଳାଚଳ, ବୋଝେଇ ଓ ଖଲାସ କରି ପାରିବା ସୁନିଶ୍ଚିତ ଓ ସହଜ ହୋଇପାରିବ । ଏହି କାର୍ଯ୍ୟ ବହିଃଶୁଳ୍କ ବିଭାଗ ଓ ଅନ୍ୟାନ୍ୟ ପା୍ରଧିକରଣ ସଂସ୍ଥାମାନଙ୍କ ସହ ସମନ୍ୱୟ ରକ୍ଷାକରି କରାଯିବ । ଏହା ଫଳରେ କ୍ଲିଅରାନ୍ସ ଓ ନଥିପତ୍ର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ଏବଂ ଅକ୍ସିଜେନ ସମ୍ପର୍କିତ ସମସ୍ତ ମାଲ ବନ୍ଦରରୁ ତୁରନ୍ତ ପ୍ରେରଣ କରାଯାଇ ପାରିବ । ଯଦି ସେହିସବୁ ଜାହାଜ ଗୁଡିକ ଅକ୍ସିଜେନ ସମ୍ପର୍କିତ ମାଲ ସାମଗ୍ରୀ ସହିତ ଅନ୍ୟାନ୍ୟ ମାଲ ବା କଂଟେନର ବହନ କରୁଥିବେ, ସେମାନଙ୍କୁ ପ୍ରୋ-ରାଟା ଆଧାରରେ ଶୁଳ୍କମୁକ୍ତ କରାଯିବ, ଯାହାକି ବନ୍ଦରର ସାମଗ୍ରୀକ ମାଲ ବା କଂଟେନର ଆଧାରରେ କରାଯିବ । ଏଭଳି ଜାହାଜ ମାନଙ୍କୁ ଅକ୍ସିଜେନ ସମ୍ପର୍କିତ ମାଲ ବହନ ନିମନ୍ତେ ସେଭଳି ସୁବିଧା ଯୋଗାଇ ଦିଆଯିବ । ସେହିସବୁ ଜାହାଜ, ପଣ୍ୟ ଏବଂ ବନ୍ଦରରେ ପ୍ରବେଶ ଠାରୁ ଛାଡିବା ପର୍ଯ୍ୟନ୍ତ ଜାହାଜ ମାନେ ବିତାଉଥିବା ସମୟର ବସ୍ତୃତ କାର୍ଯ୍ୟ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଣାଳୟ ପରିଚାଳନା କରିବେ । ଦେଶରେ ଦେଖା ଦେଇଥିବା କୋଭିଡ୍-୧୯ର ଦ୍ୱିତୀୟ ଲହର ଜନିତ ସଙ୍କଟକୁ ପରିଚାଳନା ନିମନ୍ତେ ଭାରତ ସରକାର ଏବେ ଗୁରୁତ୍ୱର ସହିତ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ସମୟୋପଯୋଗି ତଥା ଅଭିନବ ବ୍ୟବସ୍ଥା ଗ୍ରହଣ ମାଧ୍ୟମରେ ପରିସ୍ଥିତିର ମୁକାବିଲା ପାଇଁ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପାରାଦୀପ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.