କେନ୍ଦ୍ରାପଡ଼ା, ୨୬/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦର ଏକ ବରାଦି ବୈଠକ ଡକାଯିବା ପାଇଁ ଜିଲ୍ଲା ପରିଷଦର ୧୬ଜଣ ସଭ୍ୟସଭ୍ୟା ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ନୋଟିସ ଦେଇଥିବା ସୂଚନା ମିଳିଛି । ଗତ ଜାନୁଆରୀମାସ ୨୨ତାରିଖରେ ଅନୁଷ୍ଠିତ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ନିୟମ ଅନୁଯାୟୀ ସଠିକ ଭାବରେ ହୋଇନଥିବାରୁ ପ୍ରତି ୨ମାସରେ ଥରେ ଜିଲ୍ଲା ପରିଷଦର ସାଧାରଣ ବୈଠକ କରାଯିବାକୁ ସଭ୍ୟସଭ୍ୟାମାନେ ଦାବି କରିଥିଲେ । ଏହା ମଧ୍ୟରେ ୩ମାସ ବିତିଯାଇଥିଲେ ବି ଜିଲ୍ଲା ପରିଷଦର ସଭାପତି, ମୁଖ୍ୟ ନିର୍ବାହୀ ଅଧିକାରୀ କିମ୍ବା ନିର୍ବାହୀ ଅଧିକାରୀ ପ୍ରମୁଖ ସାଧାରଣ ପରିଷଦ ବୈଠକ ଡାକିବା ଦିଗରେ କୈାଣସି ପଦକ୍ଷେପ ନେଇନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପରିଷଦ ଆଇନ ତଥା ବିଧି ବ୍ୟବସ୍ଥା ଅନୁଯାଇ ସଭ୍ୟସଭ୍ୟାମାନେ ଜିଲ୍ଲା ପରିଷଦର ଏକ ବରାଦି ବୈଠକ ଡାକିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ପ୍ରଦାନ କରିବା ସହ ସେହି ନୋଟିସର ନକଲ ଜିଲ୍ଲା ପରିଷଦର ସଭାପତି ଏବଂ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ସେହି ବରାଦୀ ବୈଠକରେ ପୂର୍ବ ସାଧାରଣ ବୈଠକରେ ନିଆଯାଇଥିବା ନିଷତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯିବା ସହ କୋଭିଡ-୧୯ର ଦ୍ୱିତୀୟ ଲହରକୁ ମୁକାବିଲା ପାଇଁ ଆଲୋଚନା, ପଂଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଞ୍ଜୁର କରାଯାଇଥିବା ଆର୍ଥିକ ଅନୁଦାନ ବିଶେଷ କରି ୧୫ତମ ସି.ଏଫ.ସି.ର ବେସିକ(ଟାଏଡ) ଗ୍ରାଂଟ,ଏମ.ଭି. ଟ୍ୟାକ୍ସ ଗ୍ରାଂଟ,ଗ୍ରାଂଟ-ଇନ-ଏଡ ଓ ମନରେଗା ସମ୍ପର୍କରେ ଆଲୋଚନା କରାଯିବାକୁ କାର୍ଯ୍ୟସୂଚି ପ୍ରଦାନ କରାଯାଇଛି । ୧ନମ୍ବର ଜୋନର ଜିଲ୍ଲା ପରିଷଦର ସଭ୍ୟ ଧନରଞ୍ଜନ ବୋଷ, ୨୨ନମ୍ବର ଜୋନର କବିତା ମଳିକ, ୮ନମ୍ବର ଜୋନର ଜ୍ୟୋସ୍ନାରାଣୀ ଜେନା, ୬ନମ୍ବର ଜୋନର ଦେବାଶିଷ ଦାସ, ୨୪ନମ୍ବର ଜୋନର ସାଗରିକା ମଲ୍ଲିକ, ୧୧ନମ୍ବର ଜୋନର ଅହଲ୍ୟା ଲେଙ୍କା, ୧୫ନମ୍ବର ଜୋନର ନାରଦ ଚନ୍ଦ୍ର ବିଶ୍ୱାଳ, ୨୬ନମ୍ବର ଜୋନର ଗଣେଶ ଚନ୍ଦ୍ର ସାମଲ, ୫ନମ୍ବର ଜୋନର ରେଶ୍ମୀ ଚକ୍ରବର୍ତୀ, ୨୦ନମ୍ବର ଜୋନର ପିକରାଣୀ ହୋତା, ୯ନମ୍ବର ଜୋନର ସନ୍ତୋଷ କୁମାର ଜେନା, ୨୧ନମ୍ବର ଜୋନର ଦେବ ଚୌଧୁରୀ, ୧୬ନମ୍ବର ଜୋନର ସ୍ୱପ୍ନାରାଣୀ ଖଣ୍ଡାଇ, ୩୧ନମ୍ବ ର ଜୋନର ସବିତା ସେଠୀ, ୩୦ନମ୍ବର ଜୋନର ରବୀନ୍ଦ୍ର ସେଠୀ ଓ ୩୨ନମ୍ବର ଜୋନର ସଭ୍ୟ ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ଏହି ବରାଦି ବୈଠକ ପାଇଁ ପ୍ରଦାନ କରାଯାଇଥିବା ନୋଟିସରେ ସ୍ୱାକ୍ଷର କରିଥିବା ଜଣାପଡିଛି । ଓଡ଼ିଶା ସମାଚାର