ମାହାଙ୍ଗା,୨୬/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମଦ ହଟାଓ ଅଭିଯାନ ପରିପ୍ରେକ୍ଷୀରେ ମ ହିଳାମନେ ତାତିଲେ ଓ ମଦ ଦୋକାନ ଭାଙ୍ଗିଲେ ।
ଏହା ହେଉଛି ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ସିଂ ସାହି ରେ ଆଜି ଦେଖିବାକୁ ମିଳିଥିଲା ମହିଳା ମାନଙ୍କ ଦ୍ୱାରା ମଦ ହଟାଓ ଅଭିଯ଼ାନ ।ମହିଳା ସର୍ବଂସହା ଅଟେ ।ସେ ସବୁକିଛି ସହି ଯାଏ କିନ୍ତୁ ଯେତେ ବେଳେ ତା ପରିବାର ଉପରେ ବା ତା ଉପରେ କିଛି ଅଘଟଣ ଘଟେ, ସତେବେଳେ ସେ ନାରୀ ନୁହେଁ ମା ଦୁର୍ଗା ରୂପ ଧାରଣ କରେ । ଏ ହି ପତରାଜପୁର ସିଂ ସାହି ରେ ଶତାଧିକ ଲୋକ ବସବାସ କରନ୍ତି ।ଆଜି ମହିଳା ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଓ ପତରାଜପୁର ସିଂ ସାହି ଛକରେ ବାବୁଲି ସିଂ ନାମକ ବ୍ୟକ୍ତି ବହୁଦିନ ଧରି ଏଠାରେ ଏକ ମଦ ଦୋକାନ ଖୋଲି ମଦ ବିକ୍ରି କ ରୁଛନ୍ତି ।ଏହି ମଦ ଦୋକାନ ପାଖରୁ ଅଳ୍ପ ବାଟ ରେ ଏକ ସ୍କୁଲ ଓ ଅଙ୍ଗନବାଡିକେନ୍ଦ୍ର ଅଛି ।ଏହି ମଦ ଦୋକାନ ପଛପଟେ ଏକ ଗଡିଆ ଓ କୂଅ ଅଛି ଯେଉଁଥିରେ ଏହି ଗ୍ରାମର ପୁରୁଷ ,ମହିଳା ଗାଧୁଆ ଓ ପିଇବା ପାଣି ପାଇଁ ବ୍ୟବହାର କରନ୍ତି ।ମହିଳା ମାନଙ୍କର ଅଭିଯୋଗ କି ଏଠାକୁ ଗାଧୋଇବା ବା ପିଇବା ପାଣି ପାଇଁ ଆସିଲା ବେଳକୁ ଏଠାରେ ମଦ ପିଇ କେତେକ ଯୁବକ ଆମ୍ଭମାନଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରନ୍ତି । ତାପରେ ବି ଆମ ଘରେ ଏଠି ଆମ ପିଲାମାନେ ମଦପିଇ ଆମକୁ ବାଡାବାଡି କରୁଛନ୍ତି ।ଆମେ ଅନେକବାର ପୋଲିସ ଓ ପ୍ରଶାସନ ଙ୍କୁ ଜଣାଇଅଛୁ ଓ ଲିଖିତ ଆକାରରେ ମଧ୍ୟ ଦେଇ ଛୁ କି ଏଠାରୁ ଏହି ମଦ ଦୋକାନକୁ ହଟାଇ ଦିଆଯାଉ । କିନ୍ତୁ ଏ ଥିରେ ନା ପୋଲିସ ନା ସ୍ଥାନୀୟ ପ୍ରଶାସନ କେହିବି ଆମ କଥା ଶୁଣୁ ନାହାନ୍ତି ସେଥିପାଇଁ ଆଜି ଆମେ
ଏହି ରାସ୍ତାରୋକ କରି ଆନ୍ଦୋଳନରେ ବସିଛୁ ।ସରକାର ଏପଟେ ପିଲାଙ୍କ ପାଠପଢା ବନ୍ଦ କରିଦେଲ କଣନା କରୋନା ମହାମାରୀ ହେବ କିନ୍ତୁ ଏପଟେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଏଥିରେ କଣ କରୋନା ହେବନାହିଁ? ସରକାର କାହିଁକି ଏଭଳି ପକ୍ଷପାତି ତା କରୁଛନ୍ତି ତାହାର ଯବାବ ମାଗିଛନ୍ତି ଏହି ଗ୍ରାମବାସୀ ।ଯଦି ଆଗାମି ଦିନରେ ସରକାର କିମ୍ବା ପୋଲିସ ପ୍ରଶାସନ କିଛି ପଦକ୍ଷେପ ନ ନିଅନ୍ତି ତେବେ ଆଗାମି ଦିନରେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ଓ ମଦଦୋକାନକୁ ପୋଡିଦେବେ ବୋଲି ଧମକ ଦେଇଛନ୍ତି ଏହି ମହିଳା ମାନେ । ଓଡ଼ିଶା ସମାଚାର