Wednesday , March 29 2023
Home / ସ୍ୱାସ୍ଥ୍ୟ / ୬୧୧୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୭ ଜଣଙ୍କ ମୃତ୍ୟୁ

୬୧୧୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୧୧୬ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୪୬ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୫୭୦ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୧୫୧ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୨, ବରଗଡ଼ ଜିଲ୍ଲାରୁ ୨୬୨ଜଣ, ଭଦ୍ରକ ଜିଲ୍ଲାରୁ ୮୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୯ଜଣ, ବୌଦ୍ଧ ଜିଲ୍ଲାରୁ ୩୨ଜଣ, କଟକ ଜିଲ୍ଲାରୁ ୩୪୩ଜଣ, ଦେଓଗଡ଼ ଜିଲ୍ଲାରୁ ୩୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, ଗଜପତି ଜିଲ୍ଲାରୁ ୭୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୩୪ଜଣ, ଜଗତସିଂହପୁର ଜିଲ୍ଲାରୁ ୭୩ଜଣ, ଯାଜପୁର ଜିଲ୍ଲାରୁ ୩୨୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୫୪ଜଣ, କଳାହାଣ୍ଡି ଜିଲ୍ଲାରୁ ୩୨୧ଜଣ, କନ୍ଧମାଳ ଜିଲ୍ଲାରୁ ୩୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୭୫ଜଣ, କୋରାପୁଟ ଜିଲ୍ଲାରୁ ୭୧ଜଣ, ମାଲକାନଗିରି ଜିଲ୍ଲାରୁ ୩୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧୮ଜଣ, ନୟାଗଡ଼ ଜିଲ୍ଲାରୁ ୯୯ଜଣ, ନୂଆପଡ଼ା ଜିଲ୍ଲାରୁ ୪୩୦ଜଣ, ପୁରୀ ଜିଲ୍ଲାରୁ ୧୮୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୮୦ଜଣ, ସୋନପୁର ଜିଲ୍ଲାରୁ ୮ଜମ, ସୁନ୍ଦରଗଡ଼ ଜିଲ୍ଲାରୁ ୭୮୫ଜଣ, ଷ୍ଟେଟ୍ ପୁଲ୍ରୁ ୧୭୯ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୭୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୯୪୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୪୫୯୪୯ ଜଣ ସକ୍ରିୟ ସଂଙ୍କ୍ରମିତ ଚିକିତ୍ସାଧିନ ଅଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ୭ଜଣଙ୍କ ମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୨ଜଣ ଆକ୍ରାନ୍ତ ରହିଛନ୍ତି। ଏହା ସହ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛଇ ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । କରୋନା ଯୋଗୁଁ ୧୯୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ସଂଙ୍କ୍ରମିତଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୮୭୮୨୫୨ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.