Wednesday , May 25 2022
Breaking News
Home / ବିଶେଷ / ସାମ୍ବାଦିକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ନିବେଦନ  

ସାମ୍ବାଦିକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ନିବେଦନ  

ଭୁବନେଶ୍ୱର, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- କରୋନା ସମୟରେ ସାମ୍ବାଦିକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନିବେଦନ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଓଡ଼ିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇଲେଣି । ବହୁ ସାମ୍ବାଦିକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦିନ କରାଯାଇଛି । ସ୍ୱର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଂଚ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନ୍ୟ ପକ୍ଷରେ ଯେଉଁ ସାମ୍ବାଦିକଙ୍କୁ ଏ ପର୍ଯ୍ୟନ୍ତ ସରକାର ମାଗଣା ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇିପାରିନି ଉକ୍ତ ସାମ୍ବାଦିକଙ୍କ ସମସ୍ୟା କେବେ ଶୁଣିବେ ସରକାର ବୋଲି ପ୍ରଶ୍ନ କରିଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଉ । ସେହିପରି ସାମ୍ବାଦିକଙ୍କୁ ଯୁଦ୍ଧ କାଳୀନ ଭିର୍ତିରେ ମାଗଣାରେ କରୋନା ଟିକା ପ୍ରଦାନ ସହ ସଚିବାଳୟ ଯିବା ବାରଣକୁ ଉଠାଯାଉ ବୋଲି ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି । ଅନେକ ସମୟରେ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହୋଇଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମଂଚ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମ୍ବାଦିକମାନେ ଉପକୃତ ହେବେ । ସେହିପରି ବିଭିନ୍ନ କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଂଚ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *