Tuesday , March 28 2023
Home / ବିଶେଷ / ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଂଚଳରେ ଜଳ ଅମଳ ପ୍ରକଳ୍ପ

ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଂଚଳରେ ଜଳ ଅମଳ ପ୍ରକଳ୍ପ

ୟୁଡବ୍ଲୁ୍ୟଇଆଇ ଯୋଜନାରେ କରିବାକୁ ସରକାରଙ୍କ ନିଷ୍ପତି

ଭୁବନେଶ୍ୱର,୨୫/୦୪/୨୦୨୧(ଓଡ଼ିଶା ସମାଚାର)- ସହରାଂଚଳ ମଜୁରୀ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲୁ୍ୟଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଂଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ପୌରାଂଚଳରେ ଥିବା ପାର୍କ, ଖେଳପଡିଆ ଭଳି ଖୋଲାସ୍ଥାନଗୁଡିକୁ ତୁରନ୍ତ ଏଥିପାଇଁ ଚିହ୍ନଟ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ପୌରସଂସ୍ଥାର କମିଶନର୍ / କାର୍ଯ୍ୟନିବାହୀ ଅଧିକାରୀଙ୍କ ନେତୃତ୍ୱରେ ସିଟି ଲେଭଲ୍ କୋର ଗ୍ରୁପ୍ ଗଠନ କରାଯାଇଛି ଯାହାକି ଆସନ୍ତା ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ୨ମାସ ମଧ୍ୟରେ ୫୦୦୦ ବର୍ଷା ଜଳ ଅମଳର ପ୍ରକଳ୍ପ ପ୍ରତିଷ୍ଠା କରିବରେ ସହାୟକ ହେବ । ଏପି୍ରଲ ୨୩ ତାରିଖରେ ସମସ୍ତ ପୌରାଂଚଳ, ବିକାଶ ପ୍ରାଧିକରଣ ଏବଂ ଯୋଜନା ପ୍ରାଧିକରଣରୁ ଇଞ୍ଜିନିୟରମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୈଷୟିକ ମଡେଲ ଉପରେ ତାଲିମ ଦେବା ପାଇଁ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗର ବରିଷ୍ଠ ଅଧିକାରୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷ୍ୟଗୁଡିକ କିପରି ହାସଲ କରାଯିବ ସେନେଇ ଆଲୋଚନା କରିଥିଲେ । ବିଏମସିର ସିଟି ଇଞ୍ଜିନିୟର ସମସ୍ତ ପୌର କାର୍ଯ୍ୟକର୍ତାଙ୍କୁ ଭୁବନେଶ୍ୱର ମହାନଗର ନିଗମରେ ସ୍ଥାପିତ ଆରଡବ୍ଲୁ୍ୟଏଚଏସ ର ମଡେଲ ଉପରେ ଏକ ବୈଷୟିକ ଉପସ୍ଥାପନା କରିଥିଲେ ।

ମିଶନ୍ ଶକ୍ତି ଗୋଷ୍ଠୀକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ ସହିତ ସେମାନେ ଯେଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ସେଥିପାଇଁ ସେମାନଙ୍କୁ ସଚେତନପାଇଁ କୁହାଯାଇଛି । ସମସ୍ତ ୟୁଡବ୍ଲୁ୍ୟଇଆଇ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସୁବିଧା କରିବା ପାଇଁ ବିଭାଗୀୟ ସ୍ତରରେ ଉତ୍ସର୍ଗୀକୃତ ପିଏମୟୁ ସ୍ଥାପନ କରାଯାଇଛି । ଏତଦ୍ ବ୍ୟତୀତ, ୟୁଡବ୍ଲୁ୍ୟଇଆଇ କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରମୁଖ ସଚିବ ଶ୍ରୀ ମାଥିଭାଥାନନ୍ ନିର୍ଦ୍ଧେଶ ଦେଇଛନ୍ତି ଯେ ଟାର୍ଗେଟଗୁଡିକ ୱାର୍ଡ-ୱାରୀ ଏବଂ ଇଞ୍ଜିନିୟର-ୱାରୀ ହେବ ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଦ୍ୱାରା ନିୟମିତ ସମୀକ୍ଷା କରାଯିବ ।
ଅଂଶଗ୍ରହଣକାରୀମାନଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭଥାନନ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଜଳ ପରିଚାଳନା ରେ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି ଏବଂ ଏହା କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ବିଭିନ୍ନ ଆରଡବ୍ଲୁ୍ୟଏଚଏସ ଦ୍ୱାରା କାର୍ଯ୍ୟକାରୀ ହେବ । ଭୂତଳ ଜଳ ରି•ର୍ଜ ସୁନିଶ୍ଚିତ କରିବା ବ୍ୟତୀତ ଏହା ଜଳପ୍ରବାହ ଜନିତ ବନ୍ୟାକୁ ହ୍ରାସ କରିବାରେ ସହାୟକ ହେବ । ଏହା ପୌରାଂଚଳରେ ହାଇଡ୍ରୋଲୋଜିକାଲ୍ ସନ୍ତୁଳନକୁ ସ୍ଥିର କରିବାରେ ସାହାଯ୍ୟ କରିବ ଏବଂ ଜଳବାୟୁ ସ୍ଥିରତାକୁ ସୁନିଶ୍ଚିତ କରିବ ।

ପ୍ରମୁଖ ସଚିବ କହିଛନ୍ତି ଯେ ସମସ୍ତ ସହରାଞ୍ଚଳରେ ଜଳ ସଂରକ୍ଷଣ ମଡେଲ ସ୍ଥାପନ କରିବା ପାଇଁ ଆରମ୍ଭ ହେବାକୁ ଥିବା ପଦକ୍ଷେପଗୁଡ଼ିକର ଏହା ହେଉଛି ପ୍ରଥମ । ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ସମୟରେ ସ୍ୱଚ୍ଛତା ଏବଂ ବିଭନ୍ନ ଗୋଷ୍ଠିର ଅଂଶଗ୍ରହଣ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନ ପରିସର, ପାର୍କ, ଖେଳ ପଡିଆ, ଖୋଲା ସ୍ଥାନ ଏବଂ ଖାଲି ପଡିଥିବା ସ୍ଥାନଗୁଡିକରେ ସର୍ବନିମ୍ନ ୫୦୦୦ ଆରଡବ୍ଲୁ୍ୟଏଚଏସ ଲକ୍ଷ୍ୟ ହାସଲ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଛୋଟ ସହରଗୁଡିକର ପ୍ରତ୍ୟେକ ୱାର୍ଡରେ ୫ ରୁ ୧୦ ଆରଡବ୍ଲୁ୍ୟଏଚଏସ ଏବଂ ମହାନଗର ଗୁଡିକରେ ପ୍ରତ୍ୟେକ ୱାର୍ଡରେ ୨୦ ରୁ ୨୫ ଆରଡବ୍ଲୁ୍ୟଏଚଏସ ରହିବା ଉଚିତ । ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥା ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା ।

ଉଲ୍ଲେଖନୀୟ ଯେ ୧୮ ଏପ୍ରିଲ ୨୦୨୦ ରେ ସହରାଂଚକଳ ବେତନ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲୁ୍ୟଇଆଇ) ଆରମ୍ଭ କରାଯାଇଥିଲା ବେଳେ ଏହା ସହରାଂଚଳର ଗରିବ, ପ୍ରବାସୀ ଯେଉଁମାନେ କି କୋଭିଡ ଦ୍ୱାରା ପ୍ରଭାବିତ ସେମାନଙ୍କ ଲାଗି ବେଶ୍‍ ସହାୟକ ହୋଇପାରିଛି । ୟୁଡବ୍ଲୁ୍ୟଇଆଇ ରାଜ୍ୟର ସମସ୍ତ ୧୧୪ ସହରାଂଚଳରେ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଗରିବ ଓ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇ ଦେଉଛି । ଏହି ଯୋଜନା ସବୁ ସ୍ତରର ଲୋକଙ୍କ ପାଇଁ ଅତ୍ୟନ୍ତ ଅତୁଳନୀୟ । ସହରୀ ବିକାଶର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ସମ୍ମିଶ୍ରଣ ହାସଲ କରିବାକୁ ସହରାଞ୍ଚଳରେ ରହୁଥିବା ଗରିବ, ଅସୁରକ୍ଷିତ ତଥା ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଜୀବିକା ର୍ନିବାହ, ପରିବେଶର ସୁରକ୍ଷା, ଜଳବାୟୁ ସହନଶୀଳ ପାଇଁ ଗୋଷ୍ଠି ଗୁଡିକର ସ୍ଥାୟୀ ସମ୍ପତି ସୃଷ୍ଟି, ଗୋଷ୍ଠି ସହିତ ବିଶ୍ୱାସ-ଆଧାରିତ ସହଭାଗିତା ଗଠନ ହେବ ଯାହାଦ୍ୱାରା ଶାସନର ଚତୁର୍ଥ ପର୍ଯ୍ୟାୟକୁ ମଜବୁତ ଏବଂ ଗୋଷ୍ଠି କେନ୍ଦ୍ରିକ ତଥା ଗୋଷ୍ଠିର ନେତୃତ୍ୱ ବିକାଶ ହାସଲ କରିବ । ଓଡ଼ିଶା ସମାଚାର

Leave a Reply

Your email address will not be published.