କେନ୍ଦ୍ରାପଡା, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- ରାଜନଗର ବିଧାୟକ ଧୃବ ଚରଣ ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି । ପ୍ରମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ ବଗପାଟିଆର ଥଇଥାନ କାର୍ଯ୍ୟ ବର୍ଷାଋତୁ ପୂର୍ବରୁ ଶେଷ କରାଯିବା, ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳକ୍ଳୀଷ୍ଟ ଅଂଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ସାହୁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏସବୁ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରାଯିବାକୁ ପ୍ରଶାସନ ସ୍ତରରେ ଉଚିତ ପଦକ୍ଷେପ ନିଆଯିବା ଉପରେ ବିଧାୟକ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସମାଚାର