Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଦିନରେ ୬ଶବ ବ୍ୟବଚ୍ଛେଦ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଦିନରେ ୬ଶବ ବ୍ୟବଚ୍ଛେଦ

କେନ୍ଦ୍ରାପଡା, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ବିଭିନ୍ନ କାରଣରୁ ମୃତୁ୍ୟବରଣ କରିଥିବା ୬ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି  । ମହାକାଳପଡାର ଗଗୁଆଚକଡା ଗ୍ରାମର ଗୁରୁ ଚରଣ ମଲିକ (୭୫) ଓ ବଉଳକଣୀ ଗ୍ରାମର ସଞ୍ଜୁଲତା ମାଝି(୬୦) ହୃଦ୍ଘାତରେ ମୃତୁ୍ୟ ବରଣ କରିଥିବା ବେଳେ ରାଜନଗରର ଗୁପ୍ତି ଓକିଲପଡା ଗ୍ରାମର ପିତାମ୍ବର ମହାରାଣାଙ୍କ ପୁଅ ପ୍ରିୟାଂସୁ ମହାରଣା(୦୪) ସର୍ପ ଦଂଶନରେ ଏବଂ ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ଗ୍ରାମର ସୁମିତ୍ରା ଜେନା(୨୪)ଙ୍କ  ପ୍ରସବ କାଳୀନ ମୃତୁ୍ୟ ବରଣ ଓ  ପଟ୍ଟାମୁଣ୍ଡାଇ ଅଳପୁଆ ଗ୍ରାମର ଶ୍ରୀଧର ବିଶ୍ୱାଳ(୭୮) ଏବଂ ଗରଦପୁର ବେଡାରି ଗ୍ରାମର ଗୟାଚାନ୍ଦ ନାୟକ (୫୦)ଙ୍କ   ହୃଦ୍ଘାତରେ ମୃତୁ୍ୟ ହୋଇଥିଲା । ଉପରୋକ୍ତ ୬ଜଣଙ୍କ ଶବକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.