Wednesday , March 29 2023
Home / ରାଜନୀତି / ଓଡ଼ିଶାରେ ଥିବା ଅକି୍ସଜେନ ମହଜୁଦର ପରିମାଣ, ଟୀକା, କରୋନା ଔଷଧର ମହଜୁଦ ଓ ଆବଶ୍ୟକତା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟିକରଣ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଦାବି

ଓଡ଼ିଶାରେ ଥିବା ଅକି୍ସଜେନ ମହଜୁଦର ପରିମାଣ, ଟୀକା, କରୋନା ଔଷଧର ମହଜୁଦ ଓ ଆବଶ୍ୟକତା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟିକରଣ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଦାବି

ଭୁବନେଶ୍ୱର, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାରେ ମହଜୁଦ ଥିବା ଅକ୍ସଜେନର ପରିମାଣ, ପ୍ରତିଦିନର ଆବଶ୍ୟକତା, ଭବିଷ୍ୟତର ଆବଶ୍ୟକତା, ପ୍ରତିଦିନର ପ୍ରସ୍ତୁତିର ପରିମାଣ, ଟୀକା ଓ କରୋନା ଔଷଧର ପରିମାଣ ଏବଂ ବର୍ତମାନ ଓ ଭବିଷ୍ୟତର ଆବଶ୍ୟକତା ସମ୍ବନ୍ଧରେ ପ୍ରତିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥ୍ୟ ପ୍ରଦାନ କରନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ସଭାପତି ତଥା ଓଡ଼ିଶା ହାଇକୋର୍ଟର ଆଡ଼ଭୋକଟ ରମେଶ ଚନ୍ଦ୍ର ରାଉତ ଦାବି କରିଛନ୍ତି । ମହାମାରୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି । ଲୋକମାନେ ନିଜର ଜୀବନ ଜୀବିକା ହରାଇ ଏକପ୍ରକାର ଭୟର ବାତାବରଣ ଦେଇ ଗତି କରୁଛନ୍ତି । ଅକ୍ସିଜେନର ଅଭାବ ହେତୁ ମୃତୁ୍ୟ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଅକ୍ସିଜେନ ମହଜୁଦ ପରିମାଣ ଉପରେ ମୁଖ୍ୟମନ୍ତ୍ରୀ ନିଜର ସ୍ପଷ୍ଟି କରଣ ଦେବାକୁ ଶ୍ରୀ ରାଉତ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.