କେନ୍ଦ୍ରାପଡ଼ା, ୨୪/୦୪/୨୦୨୧(ଓଡ଼ିଶା ସମାଚାର)-ପୁରୁଣା ବସଷ୍ଟାଣ୍ଡ- ସାନ୍ତସାହି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ସ୍କୁଟି ଚଳାଇ ଯାଉଥିବା ବେଳେ ମୋବାଇଲରେ କଥା ହେଉଥିବା ସମୟରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ହାବୁଡରେ ପଡିଥିଲେ । ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ତାଙ୍କୁ ୫ହଜାର ଟଙ୍କା ଜୋରିମାନା କରିଥିଲା । ସେହି ଜୋରିମାନା ଅର୍ଥ ନଦେବାରୁ ତାଙ୍କ ସ୍କୁଟିକୁ ଟାଉନ ଥାନାକୁ ପୋଲିସ ନେଇଯାଇଥିଲା । ପରେ ଶ୍ରୀ ସାହୁ ଥାନାରେ ପହଂଚି କିଛି ସମୟ ସେଠାରେ ବସିଥିଲେବି ଜୋରିମାନା ଅର୍ଥ ନଦେଇ ଘରକୁ ଫେରିଆସିଥିଲେ । ଫଳରେ ସ୍କୁଟିଟି ସେହିଦିନ ଠାରୁ ଥାନାରେ ଥିଲା । ଶନିବାର ଶ୍ରୀ ସାହୁ ଥାନାରେ ୫ହଜାର ଟଙ୍କା ଜୋରିମାନା ଦେଇ ରସିଦ ହାସଲ କରିବା ସହ ସ୍କୁଟିକୁ ଥାନାରୁ ମୁକୁଳାଇ ଘରକୁ ଆସିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର