ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ ଜଳସେଚନ ପ୍ରକଳ୍ପର କୁନିନ୍ଦ ଶାଖା କେନାଲ ଅନ୍ତର୍ଗତ ଅନଳ,ଦର୍ଜନୀ,ସେନେନ୍ଦା ଗ୍ରାମର ସମୁଦାୟ ୨୧ ଟି ସୋଠ କେନାଲକୁ ନେଇ ମା ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ ଗଠିତ ହୋଇଯାଇଛି । ଧଳପଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ନିର୍ବାଚନରେ ରମେଶ ଚନ୍ଦ୍ର ସାହୁ ସଭାପତି,ଝୁନା ନାୟକ ସମ୍ପାଦିକା,ହୃଷିକେଶ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଦୀପକ କୁମାର ଦେହୁରୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୱାଲମୀ ତରଫରୁ ନିର୍ବାଚନ ପରିଚାଳନା କରାଯାଇଥିଲା । ଓଡ଼ିଶା ସମାଚାର